Only for Entertainment

ପିତା ଋଷି କପୁରଙ୍କ ପ୍ରତିକ୍ରିୟା ଦେଖି ଭାବୁକ ହେଲେ ରଣବୀର, କହିଲେ ସହଜ ନୁହେଁ ତାଙ୍କୁ ଖୁସି କରିବା ।

zee news
0 39

ବଲିଉଡ ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ସଞ୍ଜୁ’ର ଟ୍ରେଲର ଦେଖିବା ପରେ ତାଙ୍କ ପିତା ଋଷି କପୁରଙ୍କ ପ୍ରତିକ୍ରିୟା ଦେଖି ରଣବୀର ଭାବୁକ ହୋଇଯାଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ପାଇଁ ପତି ଏବଂ ପ୍ରସିଦ୍ଧ ଅଭିନେତା ଋଷି କପୁରଙ୍କୁ ଖୁସି କରିବା ସହଜ ନୁହେଁ । କିନ୍ତୁ ରଣବୀରଙ୍କ ମା’ ଅଭିନେତ୍ରୀ ନିତୁ କପୁର ତାଙ୍କର ଜଣେ ବଡ ପ୍ରଶଂସିକା ବୋଲି ରଣବୀର କହିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ୩୦ ମଇରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା । କିନ୍ତୁ ରଣବୀରଙ୍କ ମାତା ପିତାଙ୍କୁ ଫିଲ୍ମର ପ୍ରଡ୍ୟୁସର ବିଦୁ ବିନୋଦ ଚୋପଡା ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏହା ରିଲିଜ ପୂର୍ବରୁ ଟ୍ରେଲର ଦେଖାଇଥିଲେ । ଏହାକୁ ଦେଖିବା ପରେ ଋଷି କପୁର ନିତୁଙ୍କ ମୁଣ୍ଡରେ ହାତ ରଖି କହିଥିଲେ ତୁମ ରାଣ ମୋତେ ଲାଗିଲା ଇଏ ହେଉଛନ୍ତି ସଂଜୟ ଦତ୍ତ ।


ବୁଧବାର ଫିଲ୍ମର ଟ୍ରେଲର ରିଲିଜ ସମୟରେ ମିଡିଆ ରଣବୀରଙ୍କୁ ଋଷି କପୁରଙ୍କ ପ୍ରତିକ୍ରିୟା ଉପରେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ସେ କହିଥିଲେ, ‘ମୋ ପିତା ହେବା ସହିତ ସେ ଜଣେ ଅଭିନେତା । ତାଙ୍କୁ ମୁଁ ଖୁବ ସମ୍ମାନ କରେ । ସେ ମୋ ସାମ୍ନାରେ କେବେ ମଧ୍ୟ କୁହନ୍ତି ନାହିଁ କି ମୁଁ ଭଲ କରିଛି ବୋଲି । କିନ୍ତୁ ତାଙ୍କ ମୁହଁରୁ ଏପରି ଶୁଣି ଆଶ୍ଚର୍ଯ୍ୟ ଲାଗିଲା । ସେ ଏପରି କହି ମୋତେ ଭାବୁକ କରି ଦେଲେ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More