Only for Entertainment

ଆଲିୟାଙ୍କୁ ଭାଉଜ ମାନି ସାରିଲେଣି ରଣବୀରଙ୍କ ଭଉଣୀ, ଏଆର ଲେଖି ଉପହାର ଦେଲେ ହୀରା ମୁଦି !

61

କୁହାଯାଏ, ପ୍ରେମକୁ ଯେତେ ଲୁଚାଇଲେ ବି ତାହା ଲୁଚି ରହି ନଥାଏ । ସେଭଳି କିଛି ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ସହ ଘଟିଛି । ଦୁହେଁ ପ୍ରେମ ସଂପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁହିଁଙ୍କ ପରିବାର ଏହି ସଂପର୍କକୁ ନେଇ ଖୁସିଥିବା ଜଣାପଡ଼ିଛି । ପୂର୍ବରୁ ମହେଶ ଭଟ୍ଟ ଆଲିଆଙ୍କ ଖୁସିରେ ଖୁସି ବୋଲି କହି ସାରିଥିବା ବେଳେ ଆଲିଆଙ୍କୁ ପ୍ରାୟ କପୁର ପରିବାର ସହ ସମୟ ବିତାଉଥିବା ଦେଖା ଯାଉଛି । ରଣବୀରଙ୍କ ଭଉଣୀ ରିଧିମା ଆଲିଆଙ୍କୁ ଦେଇଥିବା ଉପହାର ଏବେ ହେଉଥିବା ଚର୍ଚ୍ଚାକୁ ଆହୁରି ପକ୍କା କରିଛି ।

ସୂଚନା ମୁତାବକ, ରଣବୀରଙ୍କ ଭଉଣୀ ଦୁହିଁଙ୍କୁ ସୁନାର ମୁଦି ଉପହାର ଆକାରରେ ଦେଇଛନ୍ତି । ଯେଉଁଥିରେ ଦୁହିଁଙ୍କ ନାଁର ପ୍ରଥମ ଅକ୍ଷର ଲେଖାଥିବା ଜଣା ପଡ଼ିଛି । ସୁନା ମୁଦି ଉପରେ ହୀରାରେ ଏଆର୍‌ ଲେଖା ଯାଇଥିବା ଖବର ମିଳିଛି । ରିଧିମାଙ୍କ ଏହି ଉପହାରକୁ ଆଲିଆ ସ୍ୱୀକାର କରି ନେଇଥିବା ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More