Only for Entertainment

ତେଲେଙ୍ଗାନାର ଫରେଷ୍ଟ ଅଫିସରଙ୍କ ସାହାଯ୍ୟ ପାଇଁ ରଣଦୀପ ହୁଡ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲେ ଅନୁରୋଧ !

28

ଅଭିନେତା ରଣଦୀପ ହୁଡ୍ଡାଙ୍କୁ ଅନେକ ସମୟରେ ଆମେ ସାମାଜିକ ମୁଦ୍ଦା ଉପରେ ନିଜ ମତ ରଖୁଥିବାର ଦେଖିଛୁ । ଏବେ ରଣଦୀପ ହୁଡ୍ଡା ଜଣେ ତେଲେଙ୍ଗାନା ଫରେଷ୍ଟ ଅଫିସରଙ୍କ ସ୍ଥିତିର ଭିଡିଓକୁ ସୋସିଆଲ ମିଡିଆର ଶେୟାର କରିଛନ୍ତି । ଏହି ଭିଡିଓରେ ଆପଣମାନେ ଦେଖିପାରୁଥିବେ ଗଛ ଲଗାଇବା ଅଭିଯାନ ବିରୁଦ୍ଧରେ ଶାସକ ଦଳ କର୍ମଚାରୀଙ୍କ ପକ୍ଷରୁ କିଭଳି ଫରେଷ୍ଟ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଛି ।

ରଣଦୀପ ହୁଡ୍ଡା ଏହି ଅଫିସରଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରୁ ସହାୟତା ମାଗିଛନ୍ତି ଏହା ଅନ୍ୟ ରାଜନୈତିକ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ନିଜ ଟ୍ୱିଟର ହାଣ୍ଡେଲରେ କିଛି ଟ୍ୱିଟ କରିଛନ୍ତି । ଏହି ଟ୍ୱିଟରେ ଅନ୍ୟ ରାଜନୈତିକ ନେତା ମାନଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।

ସେହିଭଳି ରଣଦୀପଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ‘ଲଭ ଆଜ କଲ’ର ସିକ୍ୱେଲରେ ସେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ କାର୍ତ୍ତିକ ଆର‌୍ୟନ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ୨୦୨୦ ଫେବୃୟାରୀ ୧୪ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More