Only for Entertainment

ସାରାଙ୍କ ଭଲ ପାଇବାକୁ ନେଇ ଚିନ୍ତିତ କାର୍ତ୍ତିକ, ରଣଦୀପ ହୁଡ୍ଡାଙ୍କୁ ବନାଇଲେ ଲଭ ଗୁରୁ !

45

ବଲିଉଡ ଅଭିନେତା କାର୍ତ୍ତିକ ଆର‌୍ୟନ ଏବଂ ସାରା ଅଲ୍ଲୀ ଖାନ ଲଭ ଆଜ କଲ୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆସିବା ଦିନ ଠାରୁ ଫଟୋ ଭାଇରାଲ ହେବାରେ ଲାଗିଛି । ନିକଟରେ ଖବର ଶୁୂଣିବାୁ ମିଳିଥିଲା ରଣଦୀପ ହୁଡ୍ଡା ସାରାଙ୍କ ବାପା ଭୂମିକା ତୁଲାଉ ନାହାନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ରଣଦୀପ ଫିଲ୍ମରେ ସାରାଙ୍କ ବାପା ଭୂମିକା ତୁଲାଇ ଥାଆନ୍ତେ, କିନ୍ତୁ ଏବେ ଏହି ଖବରରେ ସେ ମୋହର ଲଗାଇଛନ୍ତି । ସେ ଏବେ ଏଭଳି କୌଣସି ଭୂମିକା ତୁଲାଉ ନାହାନ୍ତି । ସେ କହିଛନ୍ତି ଯେ ଫିଲ୍ମରେ ସେ କାର୍ତ୍ତିକଙ୍କ ଲଭ ଗୁରୁ ହେବେ ଏବଂ ତାଙ୍କୁ ପ୍ରେମର ଗୁଣ ଶିଖାଇବେ ।

ଖବର ମୁତାବକ ରଣଦୀପ ଖୁବ ଶୀଘ୍ର ଲବ ଆଜ କଲ୨’ର ସୁଟିଂ କରିବେ । ସେ ସୁଟିଂ ପାଇଁ ଉଦୟପୁର ଯିବେ , ଯେଉଁଠି ଗୋଟେ ସପ୍ତାହ ସୁଟ ଚାଲିବ । ଏଠାରେ ଆମେ କହି ରଖୁଛୁ ଯେ ଲଭ ଆଜ କଲ ସିକ୍ୱେଲରେ ରଣଦୀପ ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ସେ ପୂର୍ବରୁ ସୁଲତାନ ଏବଂ ସରବଜିତରେ ଇଂଟେସ ଭୂମିକା ତୁଲାଇ ସାରିଛନ୍ତି । ତାଙ୍କର ଏହି ଭୂମିକା ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଇମତିଆଜ ଅଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମ ଆଗାମୀ ବର୍ଷ ୨୦୨୦ ଭାଲେଂଟାଇନ ଡେ’ରେ ରିଲିଜ ହେବ । ଫିଲ୍ମର ସେଟରୁ ଏବେ ପର୍ଯ୍ୟନ୍ତ ଅନେକ ଫଟୋ ସାମ୍ନାକୁ ଆସିସାରିଲାଣି, ଯେଉଁଥିରେ କାର୍ତ୍ତିକ ଆର‌୍ୟନ ଏବଂ ସାରା ଅଲ୍ଲୀ ଖାନ ନିଜ ରୋମାଂଟିକ କେମେଷ୍ଟ୍ରି ଦେଖାଇ ଧମାଲ ମଚାଇ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More