Only for Entertainment

ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ଭୂମିକାରେ ନଜର ଆସିବେ ରଣଦୀପ ହୁଡ୍ଡା

Box Office Trendz
39

ବର୍ତ୍ତମାନ ବାୟୋପିକ୍ ଟ୍ରେଣ୍ଡ ଖୁବ୍ ଜୋରରେ ଚାଲିଛି । ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା, କ୍ରିକେଟ ଷ୍ଟାର, ସମାଜସେବୀ ତଥା ଅନେକ ବ୍ୟକ୍ତି ବିଶେଷଙ୍କ ବାୟୋପିକ ପ୍ରସ୍ତୁତ ହୋଇ ସାରିଛି । ଏବେ ଏହି ଦୌଡରେ ଆଉ ଜଣଙ୍କ ବ୍ୟକ୍ତିଙ୍କ ବାୟୋପିକ ଯୋଡି ହେବାକୁ ଯାଉଛି । ଏହି ବ୍ୟକ୍ତି ଜଣକ ହେଲେ ମୁମ୍ବାଇର ପ୍ରସିଦ୍ଧ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା । ନିଜ ୩୬ ବର୍ଷ କ୍ୟାରିୟରରେ ପ୍ରଦୀପ ଶର୍ମା ପ୍ରାୟ ୩୧୨ ଅଣ୍ଡରୱାର୍ଲ୍ଡ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ । ଏବେ ଏହା ଉପରେ ଫିଲ୍ମ ନାର୍ମାଣ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ପ୍ରଡକ୍ସନ ହାଉସରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିବା ପ୍ରଦୀପ ଖରୱାର ।

ପ୍ରଦୀପ ଏହା ପୂର୍ବରୁ ରକ୍ତଚରିତ୍ର ଓ ଅନ୍ୟ କେତୋଟି ଫିଲ୍ମରେ ରାମ ଗୋପାଲ ବର୍ମାଙ୍କ ସହିତ କାମ କରି ସାରିଛନ୍ତି । ଏହି ଫିଲ୍ମର ସୁଟିଂ ଅଗଷ୍ଟ କିମ୍ବା ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ଏହି ଫିଲ୍ମର ନାମ ଖଲ୍ଲାସ ରଖାଯାଇଛି । ଏହି ଫିଲ୍ମରେ ପ୍ରଦୀପ ଶର୍ମାଙ୍କ ଚରିତ୍ରରେ ରଣଦୀପ ହୁଡ୍ଡାଙ୍କୁ ଦେଖିବାକୁ ମିଳିବ ଓ ସୋନୁ ସୁଦଙ୍କୁ ତାଙ୍କ ସାଥି ଦୟା ନାକୟଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହି  ଫିଲ୍ମରେ ସାଉଥ ଫିଲ୍ମ ଅଭିନେତ୍ରୀ ନିକିତା ପଟେଲଙ୍କୁ ମୁଖ୍ୟ ଅଭିନେତ୍ରୀଭାବେ ସାଇନ କରାଯାଇଛି ।

ପ୍ରଦୀପ ଶର୍ମା ମୁମ୍ବାଇ ପୋଲିସର ଏକ ଚର୍ଚ୍ଚିତ ଅଫିସର ରହିସାରିଛନ୍ତି । ତାଙ୍କୁ ୨୦୦୮ରେ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ସନ୍ଦେହ କରି ପୋଲିସ ପଦରୁ ବରଖାସ୍ତ କରାଯାଇଥିଲା କିନ୍ତୁ ତଦନ୍ତରୁ ସେ ନିର୍ଦ୍ଦୋଶ ପ୍ରମାଣିତ ହେବା ପରେ ତାଙ୍କ ଉପରୁ ବରଖାସ୍ତ ଉଠାଯାଇଥିଲା । ଏହା ପୂର୍ବରୁ ରାମ ଗୋପାଲ ବର୍ମା ଏପରି ଏକ ଚରିତ୍ର ଉପରେ ଅବତକ ଛପ୍ପନ ଫିଲ୍ମ ନିର୍ମାଣ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More