Only for Entertainment

ଫ୍ୟାଶନ ଡିଜାଇନର ସବ୍ୟସାଚୀଙ୍କ ଉପହାରରେ ଭାବୁକ ହୋଇଗଲେ ହିଚକୀ ଷ୍ଟାର ରାଣୀ ମୁଖାର୍ଜୀ

hindustan times
0 88

ବଲିଉଡ ଷ୍ଟାର ଏବଂ ଫ୍ୟାଶନ ଡିଜାଇନର ମାନଙ୍କ ସମ୍ପର୍କ ଯେତିକି ପୁରୁଣା ସେତିକି ନିବିଡ଼ ମଧ୍ୟ । କାରଣ ଜଣକୁ ବାଦ ଦେଲେ ଆଉ ଜଣଙ୍କର ତିଷ୍ଠିବା ଖୁବ କଷ୍ଟସାଧ୍ୟ । ତେବେ ଏମାନଙ୍କ ମଧ୍ୟରେ ଥିବା ସଂପର୍କ ଲୋକ ଲୋଚନଠାରୁ କିଛି ଦୂରରେ । କିନ୍ତୁ ଯଦି କିଛି ଚିହ୍ନା ମୁହଁ ବିଷୟରେ କିଛି ଖବର ଆସେ ତେବେ କାହାଣୀ ମଜାଦାର ହୋଇଯାଏ । ଯାହା ଦେଖିବାକୁ ମିଳିଛି ଫ୍ୟାଶନ ଡିଜାଇନର ସବ୍ୟସାଚୀଙ୍କ ନିକଟରେ ।

ଫ୍ୟାଶନ ଡିଜାଇନର ମନିଷ ମଲହୋତ୍ରା ଏବଂ ସବ୍ୟସାଚୀ ମୁଖାର୍ଜୀଙ୍କ ସଂପର୍କ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହିତ କିଛି ନୂଆ ନୁହେଁ । ଏହି ତିନି ଜଣଙ୍କ ନିବିଡ଼ ବନ୍ଧୁତା ବିଷୟରେ ସମସ୍ତେ ଜାଣନ୍ତି । ଏକ ଖବର ଅନୁସାରେ ରାଣୀ ମୁଖାର୍ଜୀ ସବ୍ୟସାଚୀଙ୍କୁ ଦେଖା କରିବା ସମୟରେ ସେ ତାଙ୍କୁ ଏକ ଇୟର ରିଙ୍ଗସ ପେୟାର ଗିଫ୍ଟ କରିଛନ୍ତି ଏବଂ ଏହି ଗିଫ୍ଟ ରାଣୀଙ୍କୁ ଏତେ ପସନ୍ଦ ଆସିଛିଯେ ସେ ଏହାକୁ ଦେଖି ସଂପୂର୍ଣ୍ଣ ଭାବୁକ ହୋଇ ଯାଇଥିଲେ । ଏଥିରୁ ଜଣାପଡ଼ୁଛି ଫ୍ୟାଶନ ଡିଜାଇନର ମାନଙ୍କୁ ତାଙ୍କ ଅଭିନେତ୍ରୀଙ୍କ ପସନ୍ଦ ଏବଂ ନାପସନ୍ଦ ବିଷୟରେ କେତେ ଜଣା ।

ରାଣୀ ମୁଖାର୍ଜୀ ଖୁବ ଶୀଘ୍ର ଫିଲ୍ମ ହିଚକୀରେ ନଜର ଆସିବେ । ଫିଲ୍ମଟି ଏ ବର୍ଷ ୨୩ ଫେବୃୟାରୀକୁ ରିଲିଜ ହେବାକୁ ଯାଉଥିବା ସୂଚନା ମିଳିଛି । ଫିଲ୍ମରେ ରାଣୀ ଟୋରେଟ ସିଣ୍ଡ୍ରମରେ ପିଡ଼ିତ ହୋଇଥିବା ଦେଖିବାକୁ ପାଇବେ ଦର୍ଶକ । ତେବେ ଫିଲ୍ମରେ ରାଣୀଙ୍କ ଏହି ଭିନ୍ନ ଅନ୍ଦାଜ ଦର୍ଶକଙ୍କୁ ନିହାତି ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More