Only for Entertainment

ଖୁବଶୀଘ୍ର ଏହି ଫିଲ୍ମର ସିକ୍ୱେଲରେ ଫେରିବେ ରାନୀ ମୁଖାର୍ଜୀ ।

Ani
20

ରାନୀ ମୁଖାର୍ଜୀ ଖୁବଶୀଘ୍ର ଫିଲ୍ମ ମର୍ଦ୍ଦାନୀ ୨ ଜରିଆରେ ରୂପେଲି ପରଦାକୁ କମବ୍ୟାକ କରୁଛନ୍ତି ।ଏହି ଫିଲ୍ମ ୨୦୧୪ରେ ରିଲିଜ ହୋଇଥିବା ମର୍ଦ୍ଦାନୀର ସିକ୍ୱେଲ ।ଫିଲ୍ମରେ ତାଙ୍କ ଚରିତ୍ର ତାଙ୍କ ହୃଦୟ ସହିତ ଖୁବ ଜଡ଼ିତ ।ତେବେ ସୁଟିଂ ପାଇଁ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ରାନୀ ମୁଖାର୍ଜୀ ।


ୟଶରାଜ ଫିଲ୍ମ ପ୍ରଡକ୍ସନ ଟ୍ୱିଟର ହ୍ୟାଣ୍ଡେଲରେ ଏକ କପି ଜାରି କରିଛନ୍ତି ଯେଉଁଥିରେ ରାନୀଙ୍କ କାମକୁ ଖୁବ ପ୍ରଶଂସା କରାଯାଇଥିବା କଥା ଉଲ୍ଲେଖ ରହିଛି । ଫିଲ୍ମ ମର୍ଦ୍ଦାନୀରେ ରାନୀ ଜଣେ ସିନିଅର ଇନ୍ସପେକ୍ଟର ଚରିତ୍ରରେ ନଜର ଆସିଥିଲେ ।ତେବେ ଏହି ଫିଲ୍ମର ସିକ୍ୱେଲ ନିର୍ମାଣ ହେବ ବୋଲି ୟଶରାଜ ଫିଲ୍ମ ପ୍ରଡକ୍ସନ ଅଫିସିଆଲ ଘୋଷଣା କରି ସାରିଛନ୍ତି । ଫିଲ୍ମ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More