Only for Entertainment

ସାମ୍ନାରେ ଜନ୍ମଦିନ କେକ ଥାଇ ମଧ୍ୟ କାଟିବା ଲାଗି ଅରାଜି ହେଲେ ରାନୀ !

instagram
0 50

ଆଜି ବଲିଉଡ ଅଭିନେତ୍ରୀ ରାନୀଙ୍କ ୪୦ତମ ଜନ୍ମ ଦିବସ । ୨୧ ମାର୍ଚ୍ଚ ୧୯୭୮ରେ ରାନୀଙ୍କର ମୁମ୍ବାଇରେ ଜନ୍ମ ହୋଇଥିଲା । ଟପ ଅଭିନେତ୍ରୀଙ୍କ ମଧ୍ୟରୁ ରାନୀ ମଧ୍ୟ ଜଣେ ଅଟନ୍ତି । ରାନୀ ତାଙ୍କର ଝିଅ ଅଦିରାର ଜନ୍ମ ହେବା କାରଣରୁ ସଠିକ ଲାଳନପାଳନ ପାଇଁ ବଲିଉଡ ଜଗତରୁ ୪ବର୍ଷ ପାଇଁ ଦଳରେଇ ରହିଥିଲେ । ମାତ୍ର ଏବେ ସେ ଫିଲ୍ମ ‘ହିଚକି’ଜରିଆରେ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମ ଚଳିତ ସପ୍ତାହ ଶୁକ୍ରବାର ତଥା ୨୩ମାର୍ଚ୍ଚରେ ରିଲିଜ ହେବ ।

ସେ ଗତ କିଛି ଦିନ ହେବ ଆଗାମୀ ଫିଲ୍ମ ‘ହିଚକି’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ୟଶରାଜ ଟ୍ୟାଲେଂଟ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜର ୪୦ତମ ଜନ୍ମଦିନ କେକ କାଟୁଥିବାର ନଜର ଆସିଥିଲେ । ଏହି ଭିଡିଓ ଦୁବାଇର ଅଟେ, ଯେଉଁଠାକୁ ରାନୀ ତାଙ୍କ ଝିଅ ଅଦିରାଙ୍କ ସହ ଯାଇଥିଲେ । ପ୍ରମୋଶନ ସାକ୍ଷାତକାରରେ ଟିମ ତାଙ୍କ ପାଇଁ ହାଲକା ଗୋଲାପୀ ରଂଗର ସୁନ୍ଦର କେକ ପରିବେଷଣ କରିଥିଲେ ।

ଏହି କେକ ରାନୀଙ୍କକୁ ଏତେ ପସନ୍ଦ ଥିଲା ଯେ ସେ ଏହାକୁ କାଟିବା ପାଇଁ ପ୍ରସ୍ତୁତ ହୋଇନଥିଲେ । ଏହା ଉପରେ ଗୋଲ୍ଡେନ ରଂଗର ସୁନ୍ଦର କ୍ରାଉନ ମଧ୍ୟ ହୋଇଥିଲା । ଏହାତାଙ୍କୁ ଏତେ ପସନ୍ଦ ଆସିଥିଲା ଯେ ରାନୀ କାଯିବା ପାଇଁ ରାଜି ହୋଇନଥିଲେ । ମାତ୍ର ଟିମ ଦ୍ୱାରା ଆଗ୍ରହ କରାଯିବା ପରେ ରାନୀ ନିଜକୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କେକ କାଟିଥିଲେ ।

ଦେଖନ୍ତୁ ଏହି ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More