Only for Entertainment

ଚୀନରେ ରାଣୀଙ୍କୁ ମିଳିଲା ବଡ ସଫଳତା, ଜାଣନ୍ତୁ ୧୪ ଦିନରେ କେତେ ଆୟ କଲା ‘ହିଚକି’

NDTV Khabar
34

ଚୀନରେ ବଲିଉଡ଼ ଚଳଚ୍ଚିତ୍ରର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ରାଣୀ ମୁର୍ଖାଜୀଙ୍କ ଅଭିନୀତ ଫିଲ୍ମ ‘ହିଚକି’ ଚୀନରେ ରିଲିଜ ହୋଇଥିଲା । ଯାହା ରାଣୀଙ୍କ ପାଇଁ ସଫଳତା ଆଣିଦେଇଛି । ଏବେ ଏହି ଫିଲ୍ମ ଚୀନରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରି ଚର୍ଚ୍ଚାକୁ ଆସିଛି । ପୂର୍ବରୁ ଚୀନରେ ଆମିର ଖାନଙ୍କ ଅଭିନୀତ ଫିଲ୍ମ ‘ଦଙ୍ଗଲ’ ୧୦୦୦ କୋଟି ବ୍ୟବସାୟ କରି ସିନେ ଜଗତରେ ଚହଳ ସୃଷ୍ଟି କରିଥିଲା । ସେହିପରି ପିକେ, ବଜରଙ୍ଗୀ ଭାଇଜାନ, ହିନ୍ଦି ମିଡିୟମ ପରି ସୁପରହିଟ ଫିଲ୍ମ ଚୀନରେ ଶହେ କୋଟି କ୍ଲବରେ ସାମିଲ ହୋଇଥିଲା । ଏବେ ରାଣୀ ଏହି ତାଲିକାରେ ସାମିଲ ହୋଇଛନ୍ତି । ଯାହା ରାଣୀଙ୍କ ପାଇଁ ବଡ ଖୁସି ଖବର ହୋଇଛି ।


ଚୀନରେ ଏହା ‘ଟିଚର ଉଇ୍ଥ ହିକପ’ ନାମରେ ଅକ୍ଟୋବର ୧୨ରେ ରିଲିଜ ହୋଇଥିଲା । ମାତ୍ର ୧୪ ଦିନ ଭିତରେ ଏହି ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହୋଇଥିବାରୁ ଖୁବ ଖୁସି ଅଛନ୍ତି ରାଣୀ । ‘ହିଚକି’ ଭାରତରେ ମାର୍ଚ୍ଚ ୨୩ରେ ରିଲିଜ ହୋଇଥିଲା । ଏଠାରେ ମଧ୍ୟ ବ୍ୟବସାୟରେ ସଫଳ ହୋଇପାରିଥିଲା । ୟଶ ରାଜ ବ୍ୟାନରରେ ଫିଲ୍ମଟିକୁ ନିର୍ମାଣ କରାଯାଇଥିବାବେଳେ ମନୀଷ ଶର୍ମା ଏହାର ପ୍ରଯୋଜନା ଭାର ସମ୍ଭାଳିଥିଲେ । ତେବେ ଚୀନରେ ଭାରତୀୟ ଫିଲ୍ମର ଲୋକପ୍ରିୟତା ବୃଦ୍ଧି ଆମ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ଭଲ ସୂଚନା ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More