Only for Entertainment

ମର୍ଦାନୀ ୨ : ଖତରନାକ ଭିଲେନର ସାମ୍ନା କରିବା ପାଇଁ ରାଣୀ ଆରମ୍ଭ କଲେ ପ୍ରସ୍ତୁତି, ଏହି ଦିନ ଆରମ୍ଭ ହେବ ସୁଟିଂ

DNA India
49

‘ହିଚକୀ’ ପରେ ରାଣୀ ମୁଖର୍ଜୀ ନିଜର ଆଗାମୀ ଫିଲ୍ମ ‘ମର୍ଦାନୀ ୨’ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହା ପୂର୍ବରୁ ଫିଲ୍ମର ପ୍ରଥମ ପାର୍ଟ ‘ମର୍ଦାନୀ’କୁ ଲୋକେ ଖୁବ ପସନ୍ଦ କରିଥିଲେ । ହିଚକୀର ରିଲିଜ ପରେ ରାଣୀଙ୍କ ଫିଲ୍ମ ମର୍ଦନୀର ସିକ୍ୱଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏବେ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି । ‘ମର୍ଦାନୀ’ରେ ରାଣୀ କ୍ରାଇମ ବ୍ରାଞ୍ଚର ସିନିୟର ଇନସ୍ପେକ୍ଟର ଶିବାନୀ ଶିବାଜୀ ରାୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ରାଣୀଙ୍କ ଭୂମିକାକୁ ଦର୍ଶକେ ବେଶ ପ୍ରଶଂସା କରିଥିଲେ ।

rani_mukerj1

ରାଣୀଙ୍କ ଫ୍ୟାନ୍ସ ପୁଣିଥରେ ରାଣୀଙ୍କୁ ସେହିଭଳି ବୋଲ୍ଡ ଏବଂ ପାୱାରଫୁଲ ଭୂମିକାରେ ଦେଖିବାକୁ ପାଇବେ । ଫିଲ୍ମର ସିକ୍ୱଲରେ ରାଣୀ ୨୧ ବର୍ଷିୟ ଖତରନାକ ଭିଲେ ନ ସହିତ ମୁକାବିଲା କରିବେ । ଏହି ଫିଲ୍ମର ସୁଟିଂ ମାର୍ଚ୍ଚ ୧୮ରୁ ଆରମ୍ଭ ହେବେ । ଏକ ଛୋଟ ସିଡ୍ୟୁଲ ମଧ୍ୟରେ ଏହାର ସୁଟିଂ ଶେଷ ହେବା ବୋଲି ମେକର୍ସ କହିଛନ୍ତି ।

ଏହି ଫିଲ୍ମକୁ ରାଣୀ ମୁଖର୍ଜୀଙ୍କ ପକତି ତଥା ୟଶରାଜ ବ୍ୟାନରର ମାଲିକ ଆଦିତ୍ୟ ଚୋପ୍ରା କରିବେ । ‘ହିଚକୀ’ ପରେ ଆଦିତ୍ୟ ପୁଣି ଏକ ଧମାକାଦାର ଫିଲ୍ମର ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଗୋପୀ ପୁଥରନ । ଏହା ସହିତ ସେ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More