Only for Entertainment

ରିଲିଜ ହେଲା ରାନୀ ମୁଖର୍ଜୀଙ୍କ ଫିଲ୍ମ ‘ମର୍ଦାନୀ ୨’ର ଜବରଦସ୍ତ ଟ୍ରେଲର, ଖଳନାୟକ ଭାବେ ନଜର ଆସିବେ ଏହି ଅଭିନେତା

ନବରାତ୍ରୀ ଅବସରରେ ରାନୀ ମୁଖର୍ଜୀଙ୍କ ଫିଲ୍ମ ‘ମର୍ଦାନୀ ୨’ର ଦମଦାର ଟିଜରକୁ ମେକର୍ସ ରିଲିଜ କରିଥିଲେ । ଏବେ ରାନୀ ମୁଖର୍ଜୀଙ୍କ ଏହି ଫିଲ୍ମର ଧମାକାଦାର ଟ୍ରେଲର ମେକର୍ସ ରିଲିଜ କରିଛନ୍ତି । ଫିଲ୍ମରେ ରାନୀ ପୁଣିଥରେ ସାହାସୀ ଓ ନିଡର ଚରିତ୍ରରେ ନଜର ଆସିଛନ୍ତି । ଟ୍ରେଲରରେ ପୋଲିସ ଅଫିସର ଶିବାନୀ (ରାନୀ) କୋଟାରେ ୨୧ ବର୍ଷିୟ ଏକ ସିରିଅଲ କିଲରକୁ ଧରିବା ପାଇଁ ଚ୍ୟାଲେଞ୍ଜ ନେଉଥିବା ଦେଖିବାକୁ ମିଳିଛି । ଏହି ୨୧ ବର୍ଷିୟ ସିରିଅଲ କିଲର ସହରର ଝିଅମାନଙ୍କୁ କିଡନାପ କରି ତାଙ୍କୁ ରେପ କରି ମାରିଥାଏ ।

ଫିଲ୍ମର ଟ୍ରେଲରରେ ରାନୀ ପୁଣିଥରେ ପୁରୁଣା ଦମରେ ନଜର ଆସିଛନ୍ତି । ଫିଲ୍ମରେ ଏହି ଟ୍ରେଲରରେ ଖଳନାୟକକୁ ରିଭିଲ କରାଯାଇ ନାହିଁ । ଖବର ଅନୁସାରେ ଫିଲ୍ମରେ ରାଣୀଙ୍କ ଅପୋଜିଟରେ ଟିଭି ଅଭିନେତା ବିଶାଲ ଜେଠୱା ଭିଲିଆନ ଭାବେ ନଜର ଆସିବେ ।

ଫିଲ୍ମ ‘ମର୍ଦାନୀ ୨’ର ନିର୍ଦ୍ଦେଶନା ଦେଇଛନ୍ତି ଗୋପୀ ପୁଥରନ । ୨୦୧୪ରେ ରିଲିଜ ହୋଇଥିବା ରାନୀଙ୍କ ଫିଲ୍ମ ‘ମର୍ଦାନୀ’ର ଏହା ସିକ୍ୱଲ । ଫିଲ୍ମ ୧୩ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More