Only for Entertainment

ମେଲବର୍ନ ଫିଲ୍ମ ଫେଷ୍ଟିଭାଲରେ ରାଣୀ ମୁଖର୍ଜୀଙ୍କ ଜଲୱା, ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ।

The Indian Express
0 40

ବଲିଉଡ ଅଭିନେତ୍ରୀ ରାଣୀ ମୁଖର୍ଜୀଙ୍କୁ ଫିଲ୍ମ ‘ହିଚକୀ’ ପାଇଁ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ନ(ଆଇଏଫଏଫଏମ)ରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ରାଣୀଙ୍କ କହିବା ଅନୁସାରେ ଏଭିଭଳି ଫିଲ୍ମକୁ ଯେବେ ପୁରସ୍କାର ମିଳିଥାଏ ଏହା ଫଳରେ ସମାଜକୁ ଶିକ୍ଷା ମିଳିଥାଏ ।

ରାଣୀଙ୍କ କହିବା ଅନୁସାରେ ସମାଜରେ ସୁଧାର ଆଣିବା ଦାୟିତ୍ୱ ଦେଶର ପ୍ରତ୍ୟେକ ନାଗରିକଙ୍କର ରହିଛି ନା କେବଳ ଶକ୍ତିଶାଳୀ ଲୋକମାନଙ୍କର ରହିଛି । ରାଣୀଙ୍କ ଫିଲ୍ମ ‘ବ୍ଲାକ’ ଏବଂ ‘ହିଚକୀ’ ଲୋକଙ୍କର ଦୃଷ୍ଟିକୋଣକୁ ବଦଳାଇବାରେ ସମର୍ଥ ହୋଇପାରିଛି ।

rani

ପାଖାପାଖି ୨୦ ବର୍ଷ ଇଣ୍ଡଷ୍ଟ୍ରୀରେ ରହିବା ସହିତ ରାଣୀଙ୍କର ବିଭିନ୍ନ ସମାଜିକ କାର୍ଯ୍ୟରେ ମଧ୍ୟ ତାଙ୍କର ଯୋଗଦାନ ରହିଛି । ଏହି କାମରୁ ତାଙ୍କୁ ଶାନ୍ତି ମିଳିଥାଏ ବୋଲି ସେ କହିଛନ୍ତି । ରାଣୀ ଏହା ମଧ୍ୟ କହିଛନ୍ତି ଯେ ଏହି କାମ କେବଳ ସେଲିବ୍ରିଟି କିମ୍ବା ଶିଳ୍ପପତୀ ମାନଙ୍କର ନୁହେଁ ଏହା ସମସ୍ତ ନାଗରିକମାନଙ୍କର ଦାୟିତ୍ୱ ।

କହିରଖୁଛୁ ଯେ ରାଣୀ ପ୍ରାୟ ୪ ବର୍ଷ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ‘ହିଚକୀ’ ଜରିଆରେ ଫେରିଛନ୍ତି । ଫିଲ୍ମରେ ସେ ଜମେ ଶୀକ୍ଷୟତ୍ରୀ ଭୂମିକାରେ ନଜର ଆସିଛନ୍ତି । କିନ୍ତୁ ବାରମ୍ବାର ହିଚକୀ ଆସିବା ଫଳରେ ସ୍କୁଲରେ ପରିହାସର ପାତ୍ର ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More