Only for Entertainment

ଫିଲ୍ମ ହିଚକୀ ପାଇଁ ଏହି ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେଲେ ରାନୀ ମୁଖାର୍ଜୀ

24

ବହୁ ଦିନ ଫିଲ୍ମରୁ ଦୂରେଇବା ପରେ ଫିଲ୍ମ ହିଚକୀ ମାଧ୍ୟମରେ ପରଦାକୁ ଓହ୍ଲାଇଥିଲେ ରାନୀ ମୁଖାର୍ଜୀ ।ଗୋଟେ ସମୟରେ ବଲିଉଡର ଆଗ ଧାଡ଼ିର ନାୟିକା ପାଲଟିଥିଲା ରାଣୀଙ୍କୁ ଏବେ ଆଉ ଏକ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି। ଫିଲ୍ମ ହିଚକି ପାଇଁ ତାଙ୍କୁ ମୋଷ୍ଟ ଇନଫ୍ଲୁଏନ୍ସିଆଲ ପର୍ସନାଲିଟି ଆୱାର୍ଡ ମିଳିଥିବା ଜଣା ପଡ଼ିଛି।ଦକ୍ଷିଣ-ପୂର୍ବ ଏସିଆାର ଆୟୋଜିତ ହୋଇଥିବା ଏକ ଆୱାର୍ଡ ସୋ’ରେ ରାଣୀଙ୍କୁ ଦ’ ମୋ ମୋଷ୍ଟ ଇନଫ୍ଲୁଏନ୍ସିଆଲ ସିନେମା ପର୍ସନାଲିଟି ଆୱାର୍ଡରେ ସମ୍ମାନିତ କରାଯାଇଛି। ଫିଲ୍ମ ହିଚକିରେ ସେ କରିଥିବା ଅଭିନୟ ପାଇଁ ତାଙ୍କୁ ଏହି ଆୱାର୍ଡ ଦିଆଯାଇଛି। ମାର୍ଚ୍ଚ ୨୩, ୨୦୧୮ରେ ରିଲିଜ୍ ହୋଇଥିବା ଫିଲ୍ମ ହିଚକି ସାରା ଦେଶରେ ଲୋକଙ୍କ ମନ କିଣିଥିଲା। ରିଲିଜ୍ ପରେ ପ୍ରାୟ ୨୫୦କୋଟିର ବ୍ୟବସାୟ କରିଥିଲା ଏହି ଫିଲ୍ମ।

 

ତେବେ‌େ ସମ୍ମାନିତ ହେବା ପରେ ରାଣୀ କହିଛନ୍ତି, ମୋଷ୍ଟ ଇନଫ୍ଲୁଏନ୍ସିଆଲ ସିନେମା ପର୍ସନାଲିଟି କୁହାଯିବା ମୋ ପାଇଁ ବଡ଼ ସମ୍ମାନର କଥା। ଜଣେ ଅଭିନେତ୍ରୀ ଭାବରେ ମୋତେ ଏଭଳି ଫିଲ୍ମ କରିବାର ସୁଯୋଗ ମିଳୁଥିବାରୁ ମୁଁ ଖୁସି। କାରଣ ଏଭଳି ଫିଲ୍ମକୁ ଲୋକେ ଦେଖିବା ସହ ପସନ୍ଦ ମଧ୍ୟ କରୁଛନ୍ତି। ଯାହା ମୋର ଆଖ ପାଖରେ ଘଟୁଛି. ତାକୁ ସ୍ବର ଦେବା ମୋର ଦାୟିତ୍ବ। ଯାହା ମୁଁ ସବୁବେଳେ କରିବାକୁ ଚେଷ୍ଟା କରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More