Only for Entertainment

ରାସ୍ତା କଡ଼ରେ ଗୀତ ଗାଉଥିବା ରାନୁଙ୍କୁ ମିଳିଲା ବଲିଉଡ ଅଫର,ଭାଗ୍ୟ ଚମକିଲା,ମିଳିବ ହିମେଶଙ୍କ ସାଥ୍

bollywood tadka
500

କିଛି ଦିନ ପୂର୍ବରୁ ଆମେ ଜଣେ ବୃଦ୍ଧ ମହିଳାଙ୍କ ବିଷୟରେ ଆପଣଙ୍କୁ ଜଣାଇଥିଲୁ । ଯାହାଙ୍କର ନାମ ହେଉଛି ରାନୁ । ରାନୁ ପଶ୍ଚିମବଙ୍ଗରେ ରାସ୍ତକଡ଼ରେ ଗୀତ ଗାଉଥିଲେ ଏବଂ ତାଙ୍କର ଏକ ଗୀତ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା, ଯାହାପରେ ସେ ହୋଇଗଲେ ଇଂଟରନେଟ ସେନସେନ । ଏକ ସହଯୋଗୀ ଟିମ ରାନୁଙ୍କୁ ରାସ୍ତାକଡ଼ରୁ ଆଣି ନୂଆ ଜୀବନ ଦେଲେ । ଆଜି ରାନୁଙ୍କୁ ଚିହ୍ନିବା କଷ୍ଟସାଧ୍ୟ । କାରଣ ବଦଳି ଯାଇଛି ରାନୁଙ୍କ ଲୁକ । ସେ ଆଉ ରାସ୍ତା କଡ଼ର ରାନୁ ହୋଇ ନାହାଁନ୍ତି । ରାନୁଙ୍କୁ ୧୦ ବର୍ଷ ହେବ ପଚାରୁ ନଥିବା ଝିଅ ମଧ୍ୟ ମିଳିଯାଇଛି । କିନ୍ତୁ ସବୁଠାରୁ ଖାସ କଥା ହେଉଛି ରାନୁଙ୍କୁ ନେଇ ଏଭଳି ଏକ ଖବର ଆସିଛି ଯାହାକୁ ଶୁଣିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

 


ପଶ୍ଚିମବଙ୍ଗର ଏକ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଲଙ୍କୁ ଏବେ ବଲିଉଡ୍‌ରୁ ଗାଇବାର ଅଫର ମିଳିଛି । ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ହିମେଶ ରେସ୍‌ମିଆ ରାନୁଙ୍କୁ ନିଜ ନୂଆ ଫିଲ୍ମରେ ଏକ ଗୀତ ଗାଇବାର ଅଫର ଦେଇଥିବା ଜଣା ପଡ଼ିଛି । ଏହା ସହ ରାନୁ ରିୟାଲିଟି ସୋ’ ସୁପରଷ୍ଟାର ସିଙ୍ଗର ନାମକ ସୋ’ରେ ନଜର ଆସିବା ନେଇ ସୂଚନା ମିଳିଛି । ସୋ’କୁ ଆସି ସେ ହିମେଶ ଓ ଅନ୍ୟ ଜଜ୍‌ଙ୍କ ସହ ସାକ୍ଷାତ କରିବା ସହ ପ୍ରତିଯୋଗୀମାନଙ୍କୁ ମଧ୍ୟ ଦେଖା କରିବେ ।ହିମେଶଙ୍କ ଅନୁଯାୟୀ, ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ବାପା ସଲିମ ଖାନ୍‌ ଦିନେ ମୋତେ କହିଥିଲେ, ଯେତେବେଳେ ତୁମେ ଏକ କୁଶଳୀ ମଣିଷକୁ ଭେଟିବ, ତାକୁ ଯିବାକୁ ଦେବ ନାହିଁ । ଯଦି ସେହି ବ୍ୟକ୍ତି ପାଖରେ ଆଗକୁ ବଢ଼ିବାର କୌଣସି ସୁଯୋଗ ନାହିଁ, ତେବେ ତାକୁ ସୁଯୋଗ ଦେବା ସହ ଆଗକୁ ବଢ଼ିବାକୁ ବାଟ ଦେଖାଇବ । ରାନୁଜୀଙ୍କ କଣ୍ଠରୁ ଲତାଜୀଙ୍କ ଗୀତ ଶୁଣିବା ପରେ ତାଙ୍କୁ ଆଗକୁ ଗାଇବାର ସୁଯୋଗ ଦେବା ଦରକାର ବୋଲି ମୁଁ ଚିନ୍ତା କରିଥିଲି । ଯାହା ପାଇଁ ମୁଁ ଏବେ ତାଙ୍କୁ ମୋ ନୂଆ ଫିଲ୍ମରେ ଗାଇବାର ସୁଯୋଗ ଦେଉଛି । ଏପରି ହେଲେ ଅଧିକରୁ ଅଧିକ ଲୋକଙ୍କ ପାଖରେ ତାଙ୍କ ସଙ୍ଗୀତ ପହଞ୍ଚି ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More