Only for Entertainment

ସେଲ୍ଫି ପାଇଁ ଡାକିବାରୁ ମହିଳା ଫ୍ୟାନଙ୍କ ଉପରେ ବର୍ଷିଲେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡିଓ

latestly
471

ସିଙ୍ଗି ସେନସେସନ ରାନୁ ମଣ୍ଡଳଙ୍କୁ ଆଜି କିଛି ପରିଚୟର ଆବଶ୍ୟକତା ନାହିଁ । ରେଳ ଷ୍ଟେସନ କଡରୁ ରାନୁ ଆଜି ଯେଉଁ ସଫଳତା ପାଇଛନ୍ତି ତାହା କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ । ଏବେ ରାନୁ ବଲିଉଡରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ଅନ୍ୟ ସିଙ୍ଗରଙ୍କ ପରି ରାନୁଙ୍କର ମଧ୍ୟ ଅନେକ ଫ୍ୟାନ୍ସ ଅଛନ୍ତି । ତେବେ ରାନୁ ଏବେ ଏପରି କିଛି କରିଛନ୍ତି ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଘାତ ଦେଇଛି ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାନୁଙ୍କ ପାଖକୁ ଜଣେ ମହିଳା ସେଲ୍ଫି ନେବା ପାଇଁ ଆସନ୍ତି । ରାନୁଙ୍କୁ ଡାକିବାକୁ ପାଇଁ ମହିଳା ଜଣଙ୍କ ତାଙ୍କୁ ଟଚ କରନ୍ତି । ତେବେ ଏହାକୁ ନେଇ ରାନୁ ଖୁବ ରାଗି ଯାଉଥିବା ନଜର ଆସିଛନ୍ତି ।

ତେବେ ଏହି ଭିଡିରେ ରାନୁ ଏଭଳି କରିଛନ୍ତି ନା ଭିଡିଓକୁ ସେହିଭଳି ଦର୍ଶାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ରାନୁଙ୍କ ବ୍ୟବହାରରେ ଫ୍ୟାନ୍ସ ଦୁଃଖି ନଜର ଆସୁଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More