Only for Entertainment

ଲତା ମଙ୍ଗେସକରଙ୍କ କଥାର ଉତ୍ତର ଦେଲେ ଇଂଟରନେଟ ସେନସେସନ ରାନୁ ମଣ୍ଡଳ

87

ନିକଟ ଅତୀତରେ ଇଂଟରନେଟ ସେନସେସନ ରାନୁ ମଣ୍ଡଲଙ୍କ ସହିତ ଯେଉଁ ଚମତ୍କାର ହୋଇଛି ତାହାକୁ ସାରା ଦୁନିଆ ଜାଣିଛି । ସେ ଯାହା ହେଉ ରାନୁଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ ଯଥେଷ୍ଟ ବଢି ଯାଇଛନ୍ତି । ତାହାରି ମଧ୍ୟରେ ଫ୍ୟାନ ରାନୁଙ୍କୁ ଲତାଙ୍କ କଣ୍ଠର ନକଲ କହୁଥିବା ବେଳେ ଗାୟିକା ଲତା ମଙ୍ଗେସକରଙ୍କ ବନ୍ତବ୍ୟ ରାନୁଙ୍କ ଫ୍ୟାନ୍ସଙ୍କୁ ପସନ୍ଦ ଆସିନଥିଲା । ଅବଶ୍ୟ ଏହାକୁ ନେଇ ରାନୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିନଥିଲା ।

 

ବାସ୍ତବରେ ରାନୁଙ୍କ ଭିଡିଓ ଯେତେବେଳେ କୋକିଳକଣ୍ଠି ଲତାଙ୍କ ପାଖରେ ପହଞ୍ଚିଥିଲା, ସେ ରାନୁଙ୍କୁ ନକଲ ନ କରିବା ପାଇଁ ଉପଦେଶ ଦେଇଥିଲେ। ଲତାଙ୍କ ଏହି ବୟାନ ରାନୁଙ୍କ ଫାନ୍ସଙ୍କୁ ଆଦୌ ପସନ୍ଦ ଆସି ନଥିଲା। ତେବେ ଏହି ମାମଲାରେ ପ୍ରଥମ ଥର ପାଇଁ ରାନୁ ମୁହଁ ଖୋଲିଛନ୍ତି।ନିକଟରେ ରାନୁଙ୍କର ପ୍ରଥମ ଗୀତ ‘ତେରି ମେରି କାହାନୀ’ ରିଲିଜ୍ ହୋଇଛି। ଏହି ଗୀତର ଲଞ୍ଚ୍‌ ଇଭେଣ୍ଟକୁ ରାନୁ ଖୁବ ସୁନ୍ଦର ଭାବେ ସଜବାଜ ହୋଇ ପହଞ୍ଚିଥିଲେ। ଏହି ଅବସରରେ ରାନୁ ଗଣମାଧ୍ୟମ ସହ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ କଥା ହୋଇଥିଲେ। ତେବେ ରାନୁଙ୍କୁ ଯେତେବେଳେ ଲତା ମଙ୍ଗେସକରଙ୍କ ବୟାନକୁ ନେଇ ପ୍ରଶ୍ନ କରାଗଲା, ସେ କହିଥିଲେ, ‘ମୁଁ ପିଲାଟିବେଳୁ ଲତା ଦିଦିଙ୍କ ଗୀତ ଗାଇ ଆସୁଛି। ମୋତେ ତାଙ୍କ ଗୀତ ବହୁତ ଭଲଲାଗେ। ଲୋକମାନେ ମୋତେ କୁହନ୍ତି ଯେ ମୋର କଣ୍ଠ ଲତା ଦିଦିଙ୍କ କଣ୍ଠ ସହ ମିଶେ ଓ ମୁଁ ଏଥିପାଇଁ ନିଜକୁ ବହୁତ ଭାଗ୍ୟଶାଳୀ ମାନେ।’ରାନୁଙ୍କ ପୂର୍ବରୁ ହିମେଶ ରେଶମିୟା ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ‘ମୋତେ ଦେଖିବାକୁ ହେବ ଯେ ସେ ଏପରି କେଉଁ ଦୃଷ୍ଟିରୁ କହିଛନ୍ତି। ମୁଁ ଅନୁଭବ କରେ ଯେ କୌଣସି ବି ଗାୟକଙ୍କର ନକଲ କରିବା କେବେ କାମରେ ଆସେନାହିଁ। ହେଲେ ମୁଁ ଏହା ମଧ୍ୟ ମାନେ ଯେ କାହାଠୁ ପ୍ରେରଣା ନେବା ମଧ୍ୟ ଅନେକ ଜରୁରୀ ହୋଇଥାଏ। ରାନୁଙ୍କୁ ଏହି ଟ୍ୟାଲେଣ୍ଟ ଜନ୍ମରୁ ମିଳିଛି। ସେ ଲତା ଦିଦିଙ୍କଠୁ ପ୍ରେରିତ ହୋଇଛନ୍ତି। ତେଣୁ ମୋତେ ଲାଗେନାହିଁ ଯେ ରାନୁ କାହାର ବି ନକଲ କରିଛନ୍ତି।’

 

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ରାଣଘାଟ ରେଳଷ୍ଟେସନ୍‌ରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତା ରାତି ଷ୍ଟାର ପାଲଟିଥିବା ରାନୁ ଏବେ ବଲିଉଡର ପ୍ଲେବ୍ୟାକ୍‌ ସିଙ୍ଗର ହୋଇଯାଇଛନ୍ତି। ରେଳଷ୍ଟେସନରେ ରାନୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହୈ’ ଗାଇବାର ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଇଥିଲା ଯେ ବଲିଉଡର ସେଲେବ୍ରିଟିଙ୍କ ପାଖରେ ତାଙ୍କ ପ୍ରତିଭା  ପହଞ୍ଚିଗଲା  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More