Only for Entertainment

ସାମ୍ନାକୁ ଆସିଲା ରାନୁ ମଣ୍ଡଲଙ୍କ ଅସଲି ଫଟୋ, ଭାଇରାଲ ହେଉଥିବା ଫଟୋ ଫେକ୍ !

87

ରାନୁମଣ୍ଡଲ ନିକଟରେ କାନପୁରର ଏକ ଇଭେଂଟରେ ପହଂଚି ନିଜର ମେକଓଭର କରି ରାମ୍ପରେ ଚାଲିଥିଲେ । ରାନୁଙ୍କ ମେକଅପ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇ ଟ୍ରୋଲ ହେବା ଆରମ୍ଭ ହୋଇଥିଲା । ଅସଲରେ ରାନୁଙ୍କର ଯେଉଁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ତାହା ଏଡିଟ କରାଯାଇଥିଲା, ଯେଉଁକାରଣରୁ ରାନୁଙ୍କୁ ଅନେକ ଟ୍ରୋଲିଂର ଶିକାର ହେବାକୁ ପଡିଛି । ନିକଟରେ ରାନୁଙ୍କ ମେକଓଭର କରିଥିବା ମେକଅପ ଆର୍ଟିଷ୍ଟ ସନ୍ଧ୍ୟା ଭାଇରାଲ ଫଟୋ ମିଛ ବୋଲି କହି ଅସଲ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ସଂଧ୍ୟା ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ଦେଖିବାକୁ ମିଳିଛି ଯେ ରାନୁ ମଣ୍ଡଲଙ୍କ ମେକଅପ କିଭଳି କରାଯାଇଛି । ମେକଅପ ଆର୍ଟିଷ୍ଟ କହିଛନ୍ତି ଯେ ରାନୁଙ୍କୁ ମେକଅପ କରିବା ପାଇଁ ତାଙ୍କୁ କଡା ପରିଶ୍ରମ କରିବାକୁ ପଡିଥିଲା ମାତ୍ର ଏହି ଫଟୋ ତାଙ୍କ ସମସ୍ତ ପରିଶ୍ରମକୁ ବୃଥା କରି ଦେଇଛି ।

ରାନୁ ମଣ୍ଡଲଙ୍କୁ କାନପୁର ଇଭେଂଟରେ ଧମାକାଦାର ସ୍ୱାଗତ କରାଯାଇଥିଲା । ତାଙ୍କର ମେକଅପ କିଭଳି କରାଯାଇଥିଲା ଯାହାର ଭିଡିଓ ପରିଷ୍କାର ଦେଖିବାକୁ ମିଳିଛି ।ଏଠାରେ ଆମେ କହି ରଖୁଛୁ ଯେ ରାନୁ ମଣ୍ଡଲଙ୍କ ଟ୍ରୋଲିଂକୁ ନେଇ ଭୂବନ ବାମ ମଧ୍ୟ ସପୋର୍ଟ କରିଛନ୍ତି । ସେ ରାନୁଙ୍କୁ ବୁଝିବା ପାଇଁ କହିଛନ୍ତି । ତାଙ୍କୁ ଏଭଳି ଟ୍ରୋଲ କରିବା ଭୂଲ ବୋଲି କହିଛନ୍ତି ଭୁବନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More