Only for Entertainment

ମେକଅପ ବିଗାଡିଲା ରାନୁ ମଣ୍ଡଳଙ୍କ ଚେହେରା, ୟୁଜର୍ସ ମିମ୍ସ କରି ଉଡାଇଲେ ମଜାକ

zee news
95

ରେଲୱେ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ରାତା ରାତି ଇଣ୍ଟରନେଟ ସେନସେସନ ପାଲଟିଥିବା ବେଳେ ମ୍ୟୁଜିକ ନିର୍ଦ୍ଦେଶକ ହିମେଶ ରେଶମିଆ ତାଙ୍କୁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ । ନିକଟରେ ରାନୁ ଫ୍ୟାନ୍ସଙ୍କ ସହିତ ଖରାପ ବ୍ୟବହାର କରିବା ପରେ ରାନୁ ଖୁବ ଟ୍ରୋଲ ହୋଇଥିଲେ । ଏବେ ରାନୁଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋ ଗୁଡିକରେ ସେ ସୁନ୍ଦର ଲେହେଙ୍ଗାରେ ନଜର ଆସିଛନ୍ତି । କିନ୍ତୁ ତାଙ୍କ ମେକଅପ ତାଙ୍କୁ ସୁନ୍ଦର କରିବା ବଦଳରେ ତାଙ୍କ ଲୁକ୍ସକୁ ବିଗାଡିଥିବା ନଜର ଆସିଛନ୍ତି । ଏହାକୁ ନେଇ ଲୋକେ ଏବେ ସୋସିଆଲ ମିଡିଆରେ ଟ୍ରୋଲ କରିବାକୁ ଲାଗିଛନ୍ତି ।

ରାନୁ ମଣ୍ଡଳ ଉତ୍ତର ପ୍ରଦେଶ କାନପୁର ର ଏକ ବ୍ୟୁଟିପାର୍ଲର କାର୍ଯ୍ୟକ୍ରମରେ ପହଁଚିଥିଲେ । ଏଠାରେ ମେକଅପ ଆର୍ଟିଷ୍ଟ ରାନୁ ମଣ୍ଡଳଙ୍କ ମେକଅପ କରିଥିଲେ । କିନ୍ତୁ ତାଙ୍କ ମେକଅପ ଫ୍ୟାନ୍ସଙ୍କୁ କିଛି ପସନ୍ଦ ଆସିନାହିଁ । ଏହା ପରେ ଲୋକେ ସୋସିଆଲ ମିଡିଆରେ ଲୋକେ ଫନି ମିମ୍ମ ବନାଇବା ଆରମ୍ଭ କରିଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More