Only for Entertainment

ଦବଙ୍ଗ ଖାନଙ୍କୁ ପଛରେ ପକାଇ ଏହି କାରଣରୁ ଆଗକୁ ବଢିଲେ ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଲ

27

କିଛି ମାସ ତଳେ ପଶ୍ଚିମବଙ୍ଗର ରାଣୀଘାଟରେ ଗୀତ ଗାଉଥିବା ରାନୁ ମଣ୍ଡଳ ରାତା ରାତି ଷ୍ଟାର ପାଲଟି ଯାଇଥିଲେ। ତାଙ୍କର ଗୋଟେ ଭିଡିଓ ତାଙ୍କୁ ଆଜି ବଲିଉଡରେ ଗାଇବାର ସୁଯୋଗ ଦେଇଥିବା ବେଳେ ଦିନକୁ ଦିନ ତାଙ୍କ ଚାହିଦା ବଢ଼ୁଥିବା ଦେଖାଯାଇଛି। କିଛି ଦିନ ତଳେ ନିଜ ଗୀତ ସହ ପ୍ରଶଂସକଙ୍କ ପ୍ରତି ନିଜର ଖରାପ ବ୍ୟବହାରକୁ ନେଇ ରାନୁ ଚର୍ଚ୍ଚାରେ ରହିଥିଲେ। ଯାହା ପାଇଁ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଗତକାଲି ତାଙ୍କ ମେକ୍ ଅପକୁ ନେଇ ମଧ୍ୟ ଲୋକେ ତାଙ୍କୁ ଟ୍ରୋଲ କରୁଥିବାର ଦେଖାଯାଇଥିଲା। କିନ୍ତୁ ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିବାରେ ଲାଗିଛି।

ରାନୁ ମଣ୍ଡଳ ଏବେ ବଲିଉଡର ଦବଙ୍ଗଙ୍କୁ ପଛରେ ପକାଇଥିବା ଜଣା ପଡ଼ିଛି। ତାଙ୍କ ଷ୍ଟାରଡମ୍ ଆଗରେ ତିଷ୍ଠିବା କଷ୍ଟକର ଥିବା ବେଳେ ରାନୁ ତାଙ୍କୁ ପଛରେ ପକାଇବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ମୁତାବକ, ନଭେମ୍ବର ୧୪ରେ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଦବଙ୍ଗ-୩ର ହୁଡ୍ ହୁଡ୍ ଦବଙ୍ଗ ଦବଙ୍ଗ ଗୀତ ରିଲିଜ୍ ହୋଇଥିଲା। ସେହି ଦିନ ରାନୁଙ୍କ ଗୀତ ଆଶିକୀ ମେଁ ତେରୀ ୨.୦ ରିଲିଜ୍ ହୋଇଥିଲା। ଏକା ଦିନରେ ରିଲିଜ୍ ହୋଇଥିବା ବେଳେ ୟୁଟ୍ୟୁବର ଟ୍ରେଣ୍ଡିଙ୍ଗ ସୂଚୀରେ ରାନୁଙ୍କ ଗୀତ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଦବଙ୍ଗ ଖାନଙ୍କ ଗୀତ ୯ନମ୍ବରରେ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More