Only for Entertainment

ଷ୍ଟେଜରେ ଲାଇଭ ପର୍ଫମାନ୍ସ ସମୟରେ ନର୍ଭସ ହୋଇଯାନ୍ତି ରଣବୀର କପୁର ।

shortday.in
0 41

ରଣବୀର ଅଭିନୟ ଯେମିତି ଅଭିନୟ କରନ୍ତି ସେହିଭଳି ଡ୍ୟାନ୍ସ ମଧ୍ୟ । ତେଣୁ ଲୋକ ତାଙ୍କୁ ଖୁବ ପସନ୍ଦ କରନ୍ତି । ଏହିଥର ଆଇଫା ଆୱାର୍ଡ଼ରେ ସେ ପର୍ଫମ କରିବେ । ଏକ ପ୍ରେସ କନଫରେନ୍ସରେ ସେ ତାଙ୍କର ମନ କଥା ଏବଂ ବିଚାର ବିଷୟରେ ଜଣାଇଛନ୍ତି ।

ରଣବୀରଙ୍କ କହିବା ଅନୁସାରେ ଷ୍ଟେଜରେ ଲାଇଭ ପର୍ଫମାନ୍ସ କରିବା ସମୟରେ ସେ ନର୍ଭସ ହୋଇଯାନ୍ତି । ତେବେ ସେ ସେ ୧୯ତମ ଆଇଫା ଆୱାର୍ଡ଼ରେ ନଜର ଆସିବେ ବୋଲିି ସୂଚନା ମିଳିଛି ।

ରଣବୀର କହିଛନ୍ତିଯେ ଫିଲ୍ମରେ ଡ୍ୟାନ୍ସ କରିବା ସମୟରେ ବହୁ କଟ ହେବା ପରେ ସୁଟିଂ ଶେଷ ହୁଏ,କିନ୍ତୁ ଲାଇଭ ଶୋ’ରେ ତାହା ହୁଏ ନାହିଁ । ଏହାକୁ ଗୁରୁତ୍ୱ ଦେବାକୁ ପଡ଼ିଥାଏ । ଏହା ବ୍ୟତୀତ ତାଙ୍କୁ ଡ୍ୟାନ୍ସ ରିହର୍ସଲ କରିବାକୁ ଖୁବ ଭଲ ଲାଗେ । ସେ ଅଧିକ ସମୟ ରିହର୍ସଲ କରନ୍ତି, କାରଣ ସେ ତାଙ୍କର ବେଷ୍ଟ ଦେବାକୁ ଚାହାଁନ୍ତି ।

ଆଇଫା ଆୱାର୍ଡ଼ରେ କେବଳ ରଣବୀର ନୁହଁନ୍ତି ବରଂ ବରୁଣ ଧାୱନ,କ୍ୟାଟ୍ରିନା କୈଫ,ଦିୟା ମିର୍ଜା,କରଣ ଜୋହର,ଟାଇଗର ସ୍ରଫ ଏବଂ କାର୍ତ୍ତିକ ଆୟାନ ମଧ୍ୟ ଯୋଗ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More