Only for Entertainment

ସଲମାନଙ୍କୁ ପସନ୍ଦ ଆସି ନଥିଲା ସଂଜୁଙ୍କ ଫିଲ୍ମ ଅବତାର,ଏବେ ଏଭଳି କହିଲେ ରଣବୀର ।

amarujala
0 36

ରଣବୀରଙ୍କ ଅଭିନୀତ ଫିଲ୍ମ ସଂଜୁର ଏବେ ଖୁବ ଚର୍ଚ୍ଚା ଚାଲିଛି । ଗୋଟିଏ ପକ୍ଷରେ ଫିଲ୍ମକୁ ଖୁବ ପ୍ରଶଂସା କରାଯାଉଥିବା ସମୟରେ ଅନ୍ୟ ପକ୍ଷରେ ସଲମାନଙ୍କୁ ଏହା ପସନ୍ଦ ଆସିନାହିଁ । ତେବେ ସୋସିଆଲ ମିଡିଆରେ ସଲମାନ ଏହାକୁ ନେଇ ମନ୍ତବ୍ୟ ମଧ୍ୟ ଦେଇଥିଲେ । କେବଳ ସେତିକି ନୁହେଁ ଅରଶଦ ବାର୍ସୀ ମଧ୍ୟ କହିଥିଲେଯେ ରଣବୀର ଖୁବ ଭଲ ଅଭିନୟ କରିଛନ୍ତି କିନ୍ତୁ ସଂଜୟଙ୍କ ଭଳି ଅଭିନେତା ବଲିଉଡରେ କେହି ନାହାଁନ୍ତି । ତେବେ ସଲମାନ କହିଥିଲେଯେ ଶେଷ ଭାଗକୁ ସଂଜୟ ନିଜେ ଅଭିନୟ କରିବାର ଥିଲା ।

ତେବେ ଏହି ସସସ୍ତ ବୟାନ ପରେ ରଣବୀର କପୁରଙ୍କ ପ୍ରତିକ୍ରିୟାର ଅପେକ୍ଷା ଥିଲା । ନିକଟରେ ମିଡିଆ ସହିତ କଥା ହେଉଥିବା ସମୟରେ ରଣବୀର ଏହାର ଉତ୍ତର ଦେଇଛନ୍ତି । ସେ କହିଛନ୍ତିଯେ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ନିଜ ବାୟୋପିକରେ ନିଜେ ଅଭିନୟ କରିନାହାଁନ୍ତି, ମୁଁ ଭାବେଯେ ଏହା ଦ୍ୱାରା ଚରିତ୍ରର ପ୍ରଭାବରେ ଅଭାବ ଦେଖାଯାଏ । ସେ ଏହା ମଧ୍ୟ କହିଛନ୍ତିଯେ ମୁଁ ଜାଣିଛିଯେ ଲୋକ ମୋତେ ସଂଜୟ ଦତ୍ତଙ୍କ ସହିତ ତୁଳନା କରିବେ,କିନ୍ତୁ ମୁଁ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛି । କିନ୍ତୁ ଲୋକଙ୍କୁ ଏହା ଲାଗିବା ଉଚିତ ଯେ ସେ ସଂଜୟଙ୍କ ଚରିତ୍ରକୁ ଦେଖୁଛନ୍ତି । ତେବେ ସେ ଏହା ମଧ୍ୟ ମାନନ୍ତିଯେ ସେ ସଂଜୟ ଦତ୍ତ ହୋଇପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More