Only for Entertainment

କରଣଙ୍କ ଆଗାମୀ ଫିଲ୍ମରେ ଧମାଲ ମଚାଇବେ କରୀନା,ରଣବୀର ଏବଂ ଆଲିୟା ।

bollywood tadka
0 41

ବଲିଉଡ ଅଭିନେତା ରଣବୀର ସିଂ ଏବେ ତାଙ୍କର ଅପକମିଂ ଫିଲ୍ମ ସିମ୍ବାରେ ବ୍ୟସ୍ତ ଅଛନ୍ତି । ନିକଟରେ ଖବର ଆସିଛିଯେ ସେ ଖୁବଶୀଘ୍ର କରୀନା କପୁର ଏବଂ ଆଲିୟା ଭଟ୍ଟଙ୍କ ସହିତ ସ୍କ୍ରିନ ସେୟାର କରିବେ । ଏହି ୩ ଜଣ ଏକା ସାଙ୍ଗରେ ଆସି ଧମାଲ ମଚାଇବେ ବୋଲି ମିଡିଆରେ ଚର୍ଚ୍ଚା ମଧ୍ୟ ଚାଲିଛି ।

କୁହାଯାଉଛିଯେ କରଣ ଜୋହରଙ୍କର ଏହି ଫିଲ୍ମ ୩ ଜଣ ହିରୋଇନ ଏବଂ ଦୁଇ ଜଣ ହିରୋଙ୍କର । ଏହି ଫିଲ୍ମ ପାଇଁ ରଣବୀର,କରୀନା ଏବଂ ଆଲିୟା ତ ଫାଇନାଲ ହୋଇ ଯାଇଛନ୍ତି କିନ୍ତୁ ଏବେ ମଧ୍ୟ ଫିଲ୍ମରେ ଜଣେ ହିରୋଇନ ଏବଂ ଜଣେ ହିରୋଙ୍କର ପ୍ରବେଶ ବାକି ରହିଛି । ଖବର ଅନୁସାରେ ଏହି ଫିଲ୍ମରେ ଦ୍ୱିତୀୟ ହିରୋଙ୍କ ପାଇଁ ରଣବୀର କପୁରଙ୍କୁ ଫାଇନାଲ କରାଯାଇଥିଲା । ପ୍ରଥମେ ତ ରଣବୀର ଏହି ଫିଲ୍ମ ପାଇଁ ରାଜି ଥିଲେ କିନ୍ତୁ ପରର୍ତ୍ତୀ ସମୟରେ ସେ ଏଥିରୁ ବାହାରିବାକୁ ନିଷ୍ପତ୍ତି ନେଲେ ।

 

କୁହାଯାଉଛିଯେ କରଣ ଜୋହର ଏହି ଫିଲ୍ମର ଘୋଷଣା ତାଙ୍କ ଜନ୍ମଦିନରେ କରିବେ । କିନ୍ତୁ ଫିଲ୍ମକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ସୂଚନା ଅନୁସାରେ ଏହି ଫିଲ୍ମ ସଂପୂର୍ଣ୍ଣ ଭାବରେ ମୋଗଲ ମାନଙ୍କ ଉପରେ ନିର୍ମାଣ ହେବ । ଫିଲ୍ମରେ କରୀନା ରଣବୀରଙ୍କ ଭଉଣୀ ଚରିତ୍ରରେ ନଜର ଆସିବେ । ଅନ୍ୟ ପକ୍ଷେ ଆଲିୟା ରଣବୀରଙ୍କ ଗର୍ଲଫ୍ରେଣ୍ଡ ଭାବରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More