Only for Entertainment

ଅକ୍ଟୋବରରେ ଜାପାନରେ ରିଲିଜ ହେବ ରଣବୀର ସିଂ-ଆଲିଆ ଭଟ୍ଟ ଷ୍ଟାରର ଫିଲ୍ମ ‘ଗଲି ବୟ’, ଖୁସି ବ୍ୟକ୍ତ କଲେ ଅଭିନେତା

google
31

ଫିଲ୍ମ ମେକର ଜୋୟା ଅଖତରଙ୍କ ଫିଲ୍ମ ‘ଗଲି ବୟ’ର ପ୍ରମିୟର ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ହୋଇଥିବା ବେଳେ ମେଲବର୍ଣ୍ଣର ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନୀତ ହୋଇଛି । ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଫିଲ୍ମ ‘ଗଲି ବୟ’ ଅକ୍ଟୋବରରେ ଜାପାନରେ ରିଲିଜ ହେବାକୁ ଯାଉଛି ।

ଏହାକୁ ନେଇ ଅଭିନେତା ରଣବୀର ସିଂ କହିଛନ୍ତି, ‘ଫିଲ୍ମ ଜାପାନରେ ରିଲିଜ ହେବାକୁ ଯାଉଛି ଏହାକୁ ନେଇ ମୁଁ ଖୁବ ଖୁସି ଏବଂ ଗୌରବ ଅନୁଭବ କରୁଛି । ମୁଁ କେବେ ଜାପାନ ଯାଇ ନାହିଁ କିନ୍ତୁ ଏହି ଦେଶ ବିଷୟରେ ଅନେକ କିଛି ଭଲ କଥା ଜାଣିଛି, ଦେଖିଛି ଏବଂ ଶୁଣିଛି ।’

କହିରଖୁଛୁ ଯେ, ଫିଲ୍ମରେ ରଣବୀର ସିଂଙ୍କ ବିପକ୍ଷରେ ଆଲିଆ ଭଟ୍ଟ ନଜର ଆସିଥିଲେ । ଫିଲ୍ମ ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥିଲା । ତେବେ ଜାପାନବାସୀ ମଧ୍ୟ ଫିଲ୍ମକୁ ଖୁବ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More