Only for Entertainment

ବାଙ୍ଗାଲୁରୁ ରିସେପସନ ଆଟେଂଡ କରି ମୁମ୍ବାଇ ଫେରିଲା ବେଳେ ଏୟାରପୋର୍ଟରେ ସ୍ପଟ ହେଲେ ଦୀପ-ବୀର !

26

ନିକଟରେ ଲେକକୋମୋରେ ବିବାହ ଶେଷ କରି ଦୀପବୀର ମୁମ୍ବାଇ ଫେରିଥିଲେ ଏବଂ ଫେରିବା ପରେ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ତେବେ ମୁମ୍ବାଇ ଫେରି ବାଙ୍ଗାଲୁରୁ ଯାଇଥିଲେ ଏହି ଯୋଡି ପ୍ରଥମ ରିସେପସନ ଆଟେଂଡ କରିବାକୁ । ଏହା ଶେଷ କରି ଏବେ ପୁଣି ଥରେ ମୁମ୍ବାଇ ଫେରିଛନ୍ତି ଏହି ଯୋଡି । ତେବେ ମୁମ୍ବାଇ ଫେରିବା ପରେ ଦୁହେଁ ପୁଣିଥରେ ଏୟାରପୋର୍ଟରେ ହାତରେ ହାତ ଛନ୍ଦି ଆସିଲା ବେଳେ ସ୍ପଟ ହୋଇଥିଲେ ।

ଦୁହେଁ ଫେରିଲା ବେଳେ ଏକା ରଂଗ ଅର୍ଥାତ ଫିକା ଗୋଲାପୀ ରଂଗର ଡ୍ରେସ ପିନ୍ଧି ଥିଲେ । ମୁମ୍ବାଇ ଏୟାର ପୋର୍ଟରୁ ବାହାରିଲା ବେଳେ ରଣବୀର ସମସ୍ତଙ୍କୁ ଖୁସି ହୋଇ ଅଭିବାଦନ କରିଥିଲେ । ମାତ୍ର ଦୀପିକା କ୍ୟାମେରାକୁ ଦେଖି ଖୁସି ନଜର ଆସିନଥିଲେ । ତାଙ୍କ ଚେହେରାରେ କ୍ଳାନ୍ତ ସମ୍ପୂର୍ଣ୍ଣ ଭାବେ ନଜର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More