Only for Entertainment

ରଣବିର ଏବଂ ଦୀପିକା ଙ୍କ ବିବାହ ରେ ଯୋଗ ଦେବେ କେବଳ ଏହି ଦୁଇ ଅଭିନେତା, ବିବାହ ତାରିଖ ହେଲା ସ୍ଥିର ।

0 36

ବଲିଉଡର ଏକ ଲୋକପ୍ରିୟ ପ୍ରେମୀଯୁଗଳ ତାରକା ଯୋଡ଼ି ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ଯୋଡ଼ି ହେଲେ ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌। ଏହି ପ୍ରେମୀଯୁଗଳ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି।
ବାହାଘର ପୂର୍ବରୁ ସେ ଦୁହେଁ ଏକ ବ୍ୟାଚେଲର୍‌ ଟ୍ରିପ୍‌ର ଯୋଜନା କରୁଛନ୍ତି। ଏହାର କାରଣ ହେଲା ଯେ,ସେ ଦୁହେଁ ଯଥାଶୀଘ୍ର ନିଜର ନିଜର କାମ ଶେଷ କରିବେ। ଅକ୍ଟୋବର-ନଭେମ୍ବରରେ ସେ ଦୁହେଁ ଆଦୌ ସୁଟିଂ କରିବେ ନାହିଁ।


ଏଣୁ ଉଭୟ ରଣବୀର ଓ ଦୀପିକା ଏବେ ଯେଉଁ ଫିଲ୍ମର କାହାଣୀ ଶୁଣୁଛନ୍ତି,ସେମାନେ ସର୍ତ୍ତ ରଖୁଛନ୍ତି କି ଅକ୍ଟୋବର କି ନଭେମ୍ବର ମାସରେ ସୁଟିଂ କରିପାରିବେ ନାହିଁ।
ପ୍ରାପ୍ତ ସୂଚନା ଅନୁଯାୟୀ,ଅନୁଷ୍କା ଶର୍ମା ଓ ବିରାଟ କୋହଲୀଙ୍କ ଭଳି ରଣବୀର ସିଂହ ଓ ଦୀପିକା ପୁଦୁେକୋନ୍‌ ମଧ୍ୟ ଇଟାଲିରେ ବାହା ହେବେ। ଏହି ବିବାହ ଉତ୍ସବରେ କେବଳ ପରିବାର ଓ ଅତି ନିକଟ ସଂପର୍କୀୟମାନେ ସାମିଲ୍‌ ହେବେ।

ତେବେ ବଲିଉଡର ଦୁଇଜଣ କଳାକାରଙ୍କୁ କେବଳ ଏହି ବିବାହ ଉତ୍ସବରେ ଯୋଗ ଦେବା ଲାଗି ନିମନ୍ତ୍ରଣ ଦିଆଯିବ ବୋଲି କୁହାଯାଉଛି। ଏ ଦୁଇଜଣ ହେଲେ ଶାହରୁଖ୍‌ ଖାନ୍‌ ଓ ଅର୍ଜୁନ୍‌ କପୁର। ଦୀପିକା ପାଦୁକୋନ୍‌ଙ୍କୁ ବଲିଉଡରେ ବ୍ରେକ୍‌ ଦେଇଥିଲେ ଶାହାରୁଖ୍‌ ଖାନ୍‌।ଏହି କାରଣରୁୁ ତାଙ୍କୁ ଏଥିଲାଗି ନିମନ୍ତ୍ରଣ ମିଳିବ ବୋଲି କୁହାଯାଉଛି। ଅପରପକ୍ଷରେ ଅର୍ଜୁନ କପୁର ହେଲେ ରଣବୀର ସିଂହଙ୍କ ସବୁଠାରୁ ଅନ୍ତରଙ୍ଗ ସାଙ୍ଗ। ନଭେମ୍ବର ୧୦ ତାରିଖରେ ରଣବୀର ଓ ଦୀପିକାଙ୍କର ବାହାଘର ହେବ ବୋଲି ଖବର ମିଳିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More