Only for Entertainment

ରଣବୀର ଶେୟାର କଲେ ଫିଲ୍ମ ୮୩ର ସୁଟିଂ ଭିଡିଓ, କପିଲ ଦେବଙ୍କ ଠାରୁ ତାଲିମ ନେଉଥିବାର ଆସିଲେ ନଜର !

25

ବଲିଉଡରେ ଏବେ କ୍ରିକେଟର ପାଗାଳାମୀ ମୁଣ୍ଡରେ ଚଢିଥିବାର ଦେଖିବାକୁ ମିଳିଛି । ଦେଖିବାକୁ ଗଲେ କ୍ରିକେଟ ଆମ ଦେଶରେ ସମସ୍ତଙ୍କ ପସନ୍ଦ । ଏହି ପସନ୍ଦକୁ ଦେଖି ବଲିଉଡ ଜଗତରେ ପ୍ରସ୍ତୁତି ଜୋରଦାର କରିବାରେ ଲାଗିଛନ୍ତି । ଆଜ୍ଞା ହଁ, ଅଭିନେତା ରଣବୀର ସିଂ ଖୁବ ଶୀଘ୍ର ଫିଲ୍ମ ୮୩ ନେଇ ଆସୁଛନ୍ତି । ଏହି ଫିଲ୍ମ ସୁଟିଂ ଅନେକ ଦିନରୁ ଆରମ୍ଭ ହୋଇଗଲାଣି । ଏହି ଫିଲ୍ମରେ ରଣବୀର ସିଂ ଖାସ କ୍ରିକେଟ ତାଲିମ ଦେବା ଲାଗି କ୍ରିକେଟ କିଂ କପିଲ ଦେବ ଉପସ୍ଥିତ ଅଛନ୍ତି । କପିଲ ଦେବ ଅଭିନେତା ରଣବୀର ସିଂଙ୍କୁ କ୍ରିକେଟ ଟ୍ରେନିଂ ଦେଉଥିବାର ନଜର ଆସିଛନ୍ତି ।

ନିକଟରେ ରଣବୀର ସିଂ ନିଜ ସୋସିଆଲ ମିଡିଆ ଅକାଉଂଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଫିଲ୍ମର ଟିମ ଏବଂ ସ୍ଥାନ ବିଷୟରେ କିଛି ଜାଣିବାକୁ ମିଳିଛି । ଦେଖନ୍ତୁ ଭିଡିଓ-

 

View this post on Instagram

 

The incredible untold story of India’s greatest victory! ?? 10th April 2020- Good Friday #Relive83 @83thefilm @kabirkhankk

A post shared by Ranveer Singh (@ranveersingh) on


କବୀର ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ୮୩ ଭାରତୀୟ କ୍ରିକେଟ ଟିମର ଆଇସିସି ବିଶ୍ୱ କପ ୧୯୮୩ ଜିତିବା ଉପରେ ଆଧାରିତ ଏବଂ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ ହ୍ୟାଣ୍ଡସମ ହଙ୍କ ରଣବୀର ସିଂ । ଏବେ ଫିଲ୍ମ ସୁଟିଂ ଜାରି ରହିଛି ଏବଂ ରିଲିଜ ଡେଟ ଏବେ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More