Only for Entertainment

ଖୁବ ଶୀଘ୍ର ସ୍କ୍ରିନରେ ଦେଖିବାକୁ ମିଳିପାରେ ରଣବୀର-ରଣବିରଙ୍କ ଯୋଡି !

DNA India
21

ରଣବୀର ସିଂ ଏବଂ ରଣବିର କପୁର ବଲିଉଡର ଏପରି ଦୁଇ କଳାକାର ଯେ ନିଜ ନିଜର ଅଭିନୟ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯଦି ସବୁ କିଛି ଠିକ ରୁହେ ତେବେ ଏହି ଦୁଇ କଳାକରାଙ୍କୁ ଆପଣ ଏକାଠି ସ୍କ୍ରିନରେ ଦେଖିବାକୁ ପାଇବେ । ତେବେ ଏହି ଯୋଡି କୌଣସି ଫିଲ୍ମରେ ନୁହେଁ ବରଂ ଏକ ବିଜ୍ଞାପନରେ ଏକାଠି ନଜର ଆସିପାରନ୍ତି ।

ଖବର ଅନୁସାରେ ‘ଥମ୍ସ ଅପ’ ବ୍ରାଣ୍ଡ ଏହି ଦୁଇ କଳାକାରଙ୍କୁ ଏକାଠି ନେବା ପାଇଁ ପ୍ଲାନିଂ କରୁଛନ୍ତି । ରଣବୀର ସିଂ ପ୍ରଥମରୁ ‘କୋଲା’ ରେସିଡେଣ୍ଟ ବ୍ରାଣ୍ଡ ଆମ୍ବାସାଡାର ଅଛନ୍ତି । ଏବେ କମ୍ପାନୀ ରଣବିର କପୁରଙ୍କୁ ରଣବୀର ସିଂଙ୍କ ସହିତ ବିଜ୍ଞାପନରେ ନଜର ଆସିବା ପାଇଁ ଆପ୍ରୋଚ କରିଛନ୍ତି । ଖବର ଅନୁସାରେ କମ୍ପାନୀ ରଣବିର କପୁରଙ୍କୁ ଭଲ ଆମାଉଣ୍ଟ ଅଫର ମଧ୍ୟ କରିଛନ୍ତି । କିନ୍ତୁ ଏବେ ରଣବିରଙ୍କୁ ଦିଆଯିବାକୁ ଥିବା ଆମାଉଣ୍ଟ ଉପରେ ବିଚାର କରାଯାଉଛି ।

ranveer ranbir

ରିପୋର୍ଟ ଅନୁସାରେ ରଣବିର କପୁର ଅଫର କରାଯାଉଥିବା ଆମାଉଣ୍ଟରୁ ଅଧିକ ଅର୍ଥାତ ରଣବୀର ସିଂଙ୍କୁ ଅଫର କରାଯାଇଥିବା ପ୍ରାଇସ ଦାବି କରୁଛନ୍ତି । ତେଣୁ କମ୍ପାନୀ ଏହାକୁ ନେଇ ଚିନ୍ତାରେ ପଡିଯାଇଛି । ଦେଖିବାକୁ ବାକି ରହିଲା ଏହା ରଣବୀର ସିଂଙ୍କୁ ମଂଜୁର ହେଉଛି କି ନାହିଁ ।

ରଣବୀର ସିଂ ଏବଂ ରଣବିର କପୁରଙ୍କୁ ପରସ୍ପରର ପ୍ରତିଦ୍ୱନ୍ଦୀ ବୋଲି କୁହାଯାଇଥାଏ । କେବଳ ରିଲ ନୁହେଁ ରିୟଲରେ ମଧ୍ୟ । ରଣବୀର ସିଂଙ୍କ ପତ୍ନୀ ଦୀପିକା ପୂର୍ବରୁ ରଣବୀରଙ୍କୁ ଡେଟ କରି ସାରିଛନ୍ତି । କିନ୍ତୁ ଦୁହେଁ ଏହା ବିଷୟରେ କେବେ ମଧ୍ୟ ଆଲୋଚନା କରନାହାଁନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର ସିଂ ଏବେ ନଜ ଫିଲ୍ମ ଗଲି ବୟର ସଫଳତାକୁ ଏଞ୍ଜୟ କରୁଥିବା ବେଳେ ରଣବୀର କପୁର ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More