Only for Entertainment

ରିଲିଜ ହେଲା ‘ସିମ୍ବା’ର ପ୍ରଥମ ଗୀତ ‘ଆଙ୍ଖ ମାରେ’, ଦେଖିବାକୁ ମିଳିଲା ସାରା-ରଣବୀରଙ୍କ ମଜାଦାର କେମେଷ୍ଟ୍ରୀ ।

India
16

ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ର ପ୍ରଥମ ଗୀତକୁ ରିଲିଜ କରାଯାଇଛି । ଏହି ପିଲ୍ମରେ ମଧ୍ୟ ପୁରୁଣା ଗୀତକୁ ରିମେକ କରିବାର ପ୍ରଥାକୁ ଜାରି ରଖାଯାଇଛି ଏବଂ ଫିଲ୍ମ ‘ତେରେ ମେରେ ଅପନେ’ର ଗୀତ ‘ଆଙ୍ଖ ମାରେ’ର ରିମେକ କରାଯାଇଛି । ଗୀତରେ ରଣବୀର ଏବଂ ସାରା ବଲିଉଡ ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଗୀତରେ ସାରେ ଏବଂ ରଣବୀର ସିଂଙ୍କ କେମେଷ୍ଟ୍ରୀ ଖୁବ ମଜାଦାର ନଜର ଆସିଛି ।

ପୁରୁଣା ଗୀତକୁ କୁମାର ସାନୁ ଏବଂ କବିତା କୃାଷ୍ଣମୁର୍ତ୍ତି ଗାଇଥିବା ବେଳେ ନବା ଭର୍ସନ ଗୀତକୁ ଗାଇଛନ୍ତି ନେହା କକ୍କର ଏବଂ ମିକା ସିଂ । ଏହା ବ୍ୟତିତ ଗୀତରେ ଗୋଲମାଲ ଟିମର ଏଣ୍ଟ୍ରି ସମସ୍ତଙ୍କୁ ସରପ୍ରାଇଜ କରିଦେଇଛି । ଗୀତର ପ୍ରଥମରୁ କରଣ ଜୋହରଙ୍କୁ ଦେଖିବାକୁ ମିଳିଥିବା ବେଳେ ଗୀତର ଶେଷରେ ରୋହିତ ସେଟ୍ଟୀଙ୍କ ସୁପରହିଟ ଫିଲ୍ମ ଗୋଲମାଲର ଅଭିନେତା ଅରସଦ ବାର୍ସୀ, କୁନାଲ ଖେମୁ, ଶ୍ରେୟସ ତଲପଡେ ଏବଂ ତୁଷାର କପୁର ନଜର ଆସିଛନ୍ତି ।

ଦେଖନ୍ତୁ ଏହି ମଜାଦାର ଗୀତ-

କହିରଖୁଛୁ ଯେ, ସାରାଙ୍କର ଏହା ଦ୍ୱିତୀୟ ଫିଲ୍ମ । ସେ ଫିଲ୍ମ କେହାରନାଥରେ ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ବଲିଉଡ ଡେବ୍ୟୁ କରିବେ । ସିମ୍ବାରେ ପ୍ରଥମ ଥର ପାଇଁ ସାରା , ରଣବୀର ସିଂଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମ ୨୮ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More