Only for Entertainment

୮୩ଫିଲ୍ମ ସୁଟିଂ ପାଇଁ ପୂରା ଟିମ ଗଲେ ଇଂଲଣ୍ଡ !

38

ବଲିଉଡ ଅଭିନେତା ରଣବୀର ସିଂ ଖୁବଶୀଘ୍ର ଫିଲ୍ମ ୮୩ରେ ନଜର ଆସିବାକୁ ଯାଉଛନ୍ତି । କିଛି ଦିନ ହେବ ସେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ରଣବୀର ସିଂ, ସକିବ ସଲୀମ, ତାହିର ରାଜ ଭସିନ ଏବଂ ସାହିଲ ଖଟ୍ଟରଙ୍କ ସମେତ ଫିଲ୍ମର ଟିମ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି । ପୂରା ଟିମ ଫିଲ୍ମର ପ୍ରଥମ ସିଡ୍ୟୁଲର ସୁଟିଂ ପାଇଁ ଇଂଲଣ୍ଡ ଯାଇଛନ୍ତି ।

ରଣବୀର ସିଂ ଏବଂ ୮୩ର ସମ୍ପୂର୍ଣ୍ଣ ଟିମ ଏୟାରପୋର୍ଟରେ ପୋଜ ଦେଇଥିଲେ । ଏହି ଫଟୋସୁଟରେ ପୂରା ଟିମ ଅଲବ୍ଲାକ ଲୁକରେ ନଜର ଆସିଥିଲେ । ସମସ୍ତେ ସୁଟ-ପ୍ୟାଂଟ ପିନ୍ଧିଥିଲେ । ରଣବୀର ସିଂ ଖୁବ ମସ୍ତି ମୁଡରେ ନଜର ଆସିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ୱାର୍ଲ୍ଡକପ ୨୦୧୯ଇଂଲଣ୍ଡରେ ୩୦ମେ’ରେ ଆରମ୍ଭ ହେବାକୁ ଯାଉଛି ।

ଏହି ଫିଲ୍ମ ୧୦ଅପ୍ରେଲ ୨୦୨୦ରେ ରିଲିଜ ହେବ । ଫିଲ୍ମରେ ରଣବୀର ସିଂଙ୍କ ବ୍ୟତୀତ ହାର୍ଡି ସନ୍ଧୁ, ସାକିବ ସଲୀମ, ପଙ୍କଜ ତ୍ରିପାଠୀ , ଚିରାଗ ପାଟିଲ, ତାହିର ଭସିନ, ଏମି ବିର୍କ ଏବଂ ସାହିଲ ଖଟ୍ଟର ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫିଲ୍ମରେ ରଣବୀର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ସେ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମରେ ଲାଗିପଡିଛନ୍ତି । ଏହାବ୍ୟତୀତ ଫିଲ୍ମ ପାଇଁ ରଣବୀର କପିଲ ଦେବଙ୍କ ଠାରୁ ଟ୍ରେନିଂ ମଧ୍ୟ ନେଉଥିଲେ । ଏଠାରେ ଆମେ କହି ରଖୁଛୁ ଯେ ୮୩ଭାରତୀୟ କ୍ରିକେଟ ଟିମ ପ୍ରଥମ ବିଶ୍ୱ କପ ଜିତିଥିବାର କାହାଣୀ ଅଟେ । ଫିଲ୍ମର ନିର୍ଦ୍ଦେଶନା କବୀର ଖାନ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More