Only for Entertainment

ୟଶ ରାଜ ଫିଲ୍ମସର ଆଗାମୀ ପ୍ରୋଜେକ୍ଟରେ ଟିମ ଅପ ହେବେ ରଣବୀର ସିଂ, ଏହି ଦମଦାର ଭୂମିକାରେ ଆସିବେ ନଜର

google
38

ବଲିଉଡ ଅଭିନେତା ରଣବୀର ସିଂ ଏବେ ନିଜର ଆଗାମୀ ଫିଲ୍ମ ‘୮୩’କୁ ନେଇ ଚର୍ଚ୍ଚାରେ । ଗତ କିଛି ଦିନରୁ ରଣବୀର ଏହି ଫିଲ୍ମ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମର ସୁଟିଂ ଆରମ୍ଭ ନହେଉଣୁ ରଣବୀର ସିଂଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।
ଖବର ଅନୁସାରେ ରଣବୀର ସିଂ ଖୁବ ଶୀଘ୍ର ୟଶ ରାଜ ଫିଲ୍ମସର ଆଗାମୀ ପ୍ରୋଜେକ୍ଟରେ ନଜର ଆସିବେ । ଏହାକୁ ନେଇ ମେକର୍ସ ନିଜ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ୟଶରାଜ ଫିଲ୍ମସର ଆଗାମୀ ପ୍ରୋଜେକ୍ଟ ‘ଜୟେଶଭାଇ ଜୋରଦାର’ରେ ଦମଦାର ଭୂମିକାରେ ନଜର ଆସିବେ ।

ଏହି ଫିଲ୍ମକୁ ଦିବ୍ୟାଙ୍ଗ ଠକ୍କର ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମ ଜରିଆରେ ଦିବ୍ୟାଙ୍ଗ ଠକ୍କର ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେବେ । ଏହା ଏକ କମେଡି ଏଣ୍ଟରଟେନମେଣ୍ଟ ଫିଲ୍ମ ହେବ । ଫିଲ୍ମରେ ରଣବୀର ଏକ ଗୁଜୁରାଟୀ ବ୍ୟକ୍ତି ଭୂମିକାରେ ନଜର ଆସିବେ ।

ଆପଣଙ୍କୁ କହିରଖୁଛୁ ଯେ, ରଣବୀର ଏପର୍ଯ୍ୟନ୍ତ ଡ୍ରାମା, ପିରିୟଡିକ ଡ୍ରାମା ଠାରୁ ଆରମ୍ଭ କରି ରୋମାଣ୍ଟିକ ଏବଂ ନେଗେଟିଭ ଭୂମିକାରେ ନଜର ଆସିଛନ୍ତି । ‘ଜୟେଶଭାଇ ଜୋରଦାର’ରେ ରଣବୀରଙ୍କ ଭୂମିକା ଖୁବ ଖାସ ଏବଂ ଭିନ୍ନ ରହିବ ବୋଲି ଶୁଣିବାକୁ ମିଳିଛି । ଫିଲ୍ମରେ ରଣବୀରଙ୍କ ଅପୋଜିଟରେ କେଉଁ ଅଭିନେତ୍ରୀ ନଜର ଆସିବେ ତାହା ବିଷୟରେ ଏପର୍ଯ୍ୟନ୍ତ ଖୁଲାସା କରାଯାଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More