Only for Entertainment

‘ସିମ୍ବା’ ଙ୍କୁ ଦେଖି ଦର୍ଶକ ମାରିଲେ ସିଟି , ଥିଏଟରରେ ଲୁଚି ଦେଖୁଥିଲେ ରଣବୀର !

52

ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିମ୍ବା ଯାହାକୁ ଲୋକଙ୍କର ଅପେକ୍ଷା ଥିଲା, ଶେଷରେ ଅପେକ୍ଷାର ଘଟିଛି ଅନ୍ତ । ତେବେ ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନ ଷ୍ଟାରର ଫିଲ୍ମ ସିମ୍ବା ରିଲିଜ ହୋଇଯାଇଛି ଏବଂ ଲୋକମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ଫିଲ୍ମ ଦେଖି ଏହା କୁହାଯାଇପାରେ ଯେ ରୋହିତଙ୍କୁ ଭଲ ଭାବେ ଜଣା କିଭଳି ଲୋକଙ୍କୁ ଖୁସି କରାଯାଇପାରେ । ନିକଟରେ ଫିଲ୍ମ ରିଲିଜ ହେବା ପରେ ରୋହିତ ଶେଟ୍ଟୀ ଏବଂ ରଣବୀର ସିଂ ମୁମ୍ବାଇ ବୁଲି ବୁଲି ଲୋକମାନଙ୍କ ଏକ୍ସାଇଟମେଂଟ ଚେକ କରିଥିଲେ ।

ସେହିପରି ରଣବୀର ମଧ୍ୟ ଥିଏଟରରେ ବସି ଫିଲ୍ମରେ ତାଙ୍କ ଏଂଟ୍ରି ଦେଖି ଲୋକଙ୍କ ପ୍ରତିକ୍ରିୟାକୁ ଦେଖିଥିଲେ । ରଣବୀର ସିଂ ନିଜ ଇନଷ୍ଟାଗ୍ରାମରେ ଲାଇଭ ମଧ୍ୟ ଆସିଥିଲେ । ପରେ ତାଙ୍କ ଫ୍ୟାନ କ୍ଲବ ଭିଡିଓ ଶେୟାର କରିଥିଲେ । ରଣବୀର ଲୋକଙ୍କ ରିଆକ୍ସନ ଦେଖି ଇମୋସନାଲ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More