Only for Entertainment

ଏହି ଷ୍ଟାରକିଡଙ୍କୁ କପି କଲେ ରଣବୀର ସିଂ, ଭାଇରାଲ ହେବାରେ ଲାଗିଛି ଫଟୋ

bollywoodtadka
35

ବଲିଉଡ ଅଭିନେତା ରଣବୀର ସିଂ ଏବେ ନିଜର ଆଗାମୀ ଫିଲ୍ମ ‘୮୩’ର ସୁଟିଂ ରେ ବ୍ୟସ୍ତ ଅଛନ୍ତି । ଗତ ରାତିରେ ରଣବୀରଙ୍କୁ ମୁମ୍ବାଇରେ ସ୍ପଟ କରାଯାଇଥିଲା । ଏହି ସମୟରେ ରଣବୀରଙ୍କୁ ପର୍ପଲ କଲର ସ୍ୱେଟରସାର୍ଟ ଏବଂ ଲିୟୋପାର୍ଡ ପ୍ରିଣ୍ଟ ପ୍ୟାଣ୍ଟରେ ନଜର ଆସିଥିଲେ । ଏହା ସହିତ ସେ ନିଜ ଲୁକକୁ କମ୍ପଲିଟ କରିବା ପାଇଁ ହ୍ୱାଇଟ ସେଡ ହ୍ୟାଟରେ ନଜର ଆସିଥିଲେ ।

ranveer singh

ସବୁଠାରୁ ମଜା କଥା ହେଉଛି ସେହି ସନ୍ଧ୍ୟାରେ ଭାଇ ଅର୍ଜୁନ କପୁରଙ୍କ ଘରେ ଜାହ୍ନବୀଙ୍କୁ ମଧ୍ୟ ଅବିକଳ ସ୍ୱେଟରସାର୍ଟରେ ନଜର ଆସିଥିଲେ । ଫଟୋରେ ଜାହ୍ନବୀ ପର୍ପଲ ଟିସାର୍ଟ ସହିତ ଡେନିମ ଏବଂ ହ୍ୱାଇଟ ସ୍ନିକରରେ ନଜର ଆସିଥିଲେ । ଜାହ୍ନବୀଙ୍କ ଏହି ଷ୍ଟାଇଲିସ ଲୁକକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

ୱାର୍କଫିଟ ବିଷୟରେ କହିବାକୁ ଗଲେ ଜାହ୍ନବୀ ଏବେ କାଗଗିଲ ଗର୍ଲ ଗୁଂଜନ ସକସେନାଙ୍କ ବାୟୋପିକରେ କାମ କରୁଛନ୍ତି । ସେହିପରି ରଣବୀର ଫିଲ୍ମ ‘୮୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ଏହା ବ୍ୟତିତ ସେ କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ମଧ୍ୟ ନଜର ଆସିବେ । ଫିଲ୍ମରେ ରଣବୀର ସିଂଙ୍କ ବ୍ୟତିତ ଜାହ୍ନବୀ କପୁର, କରିନା କପୁର ଖାନ, ଆଲିଆ ଭଟ୍ଟ, ଭିକ୍କି କୌଶଲ ଏବଂ ଅିନୀଲ କପୁର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More