Only for Entertainment

ଲୁହରେ ବଦଳିଲା ରଣବୀର ସିଂଙ୍କ ଜୋସ୍, ନିଜ ସଙ୍ଘର୍ଷର କାହଣୀ ଦେଖି ହେଲେ ଇମୋଶନାଲ

bollywood tadka
52

ବଲିଉଡ ଅଭିନେତା ରଣବୀର ସିଂ ଏବେ ନିଜର ଆଗାମୀ ଫିଲ୍ମ ‘ଗଲି ବୟ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ପ୍ରମୋଶନ ପାଇଁ ନିକଟରେ ରଣବୀର ଏବଂ ଆଲିଆ ଏକ ଡ୍ୟାନ୍ସ ରିଅଲିଟି ଶୋହରେ ପହଁଚିଥିଲେ ।

ଏହି ଡ୍ୟାନ୍ସ ଶୋ’ରେ ରଣବୀରଙ୍କ ପିଲାଦିନେ ସିନେମାକୁ ନେଇ ପାଗଳାମୀ, ପୁଣି ବଡ ହେବା ପରେ ଆମେରିକା ଯାଇ ପଢା ପୂରା କରିବା ଏବଂ ପରେ ମୁମ୍ବାଇ ଫେରି ଏକ ସୁପରଷ୍ଟାର ହେବା ପୂର୍ବର ସଙ୍ଘର୍ଷର କାହାଣୀଙ୍କ ତାଙ୍କର ଏକ ଗୀତ ମାଧ୍ୟମରେ ପିଲା ମାନେ ଏକ ସୁନ୍ଦର ଡ୍ୟାନ୍ସ କରିଥିଲେ । ରଣବୀର ସିଂ ଏବଂ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଲୁଟେରାର ଗୀତ ଜିନ୍ଦା ହୁଁ ୟାରାରେ ପିଲାମାନେ ଡ୍ୟାନ୍ସ କରିଥିଲେ । ଏହି ଗୀତକୁ ମେନ ପକାଇ ଏବଂ ପିଲାଙ୍କ ଡ୍ୟାନ୍ସ ଦେଖି ରଣବୀର ଖୁବ ଭାବୁକ ହୋଇଯାଇଥିଲେ । ଗୀତ ଆଗାକୁ ବଢିବା ସହିତ ରଣବୀର ନିଜ ଉପରେ କାବୁ ରଖିପାରିଲେ ନାହିଁ ।

ranveer

ରଣବୀରଙ୍କୁ କାନ୍ଦୁଥିବାର ଦେଖି ସେଟରେ ସମସ୍ତେ ଚୁପ ହୋଇଯାଇଥିଲେ । ଆଲିଆ ଭଟ୍ଟ ଏବଂ ସେଟରେ ଉପସ୍ଥିତ ଅନ୍ୟ କଳାକାର ରଣବୀରଙ୍କୁ ବଡ ମୁସକିଲରେ ଚୁପ କରାଇଥିଲେ । ସେ ଏତେ ଇମେଶନାଲ ହୋଇଯାଇଥିଲେ ଯେ ତାଙ୍କୁ ଚୁପ ହେବା ପାଇଁ କାଫି ସମୟ ଲାଗିଥିଲା ଏପରିକି ସୁଟିଂକୁ ମଧ୍ୟ ବନ୍ଦ କରିବାକୁ ପଡିଲା । ଏହାପରେ ରଣବୀର ପିଲାଙ୍କ ପାଖକୁ ଯାଇଥିଲେ ଏବଂ ପିଲାମାନଙ୍କ ସହିତ ଗଲିବୟର ଗୀତରେ ଡ୍ୟାନ୍ସ କରିଥିଲେ ।

 

କହିରଖୁଛୁ ଯେ, ରଣବୀର ସିଂ ବହୁତ ଚୁଲବୁଲେ ଚରିତ୍ରର ବ୍ୟକ୍ତି । ଏତେ ଖୁସିମିଜାଜର ବ୍ୟକ୍ତି ଯଦି ଇମୋଶନାଲ ହୋଇପଡିବେ ତେବେ ତାଙ୍କ ଫ୍ୟାନ୍ସଙ୍କୁ ନିହାତି ଦୁଃଖ ଲାଗିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More