Only for Entertainment

ରଣବୀରଙ୍କୁ ମିଳିଲା ‘ବିଗ’ ଆୱାର୍ଡ !

timesofindia.com
0 43

ବହୁ ବାଦବିବାଦ ପରେ ୨୦୧୮ ଜାନୁଆରୀ ୨୫ରେ ଫିଲ୍ମ‘ପଦ୍ମାବତ’ ରିଲିଜ ହୋଇଥିଲା । ଏବେ ପର୍ଯ୍ୟନ୍ତ ସୁପରହିଟ ହେବାରେ ଲାଗିଛି, ଏବଂ ଏଥିରେ ସବୁ କଳାକାର ମାନେ ନିଜର ଅପୂର୍ବ ଅଭିନୟରେ ଲୋକଙ୍କୁ ମତୁଆଲା କରିଛନ୍ତି । ଏହି ଫିଲ୍ମରେ ରଣବୀରଙ୍କୁ ଏକ ନୂଆ ଅବତାରରେ ଦର୍ଶକ ଦେଖିଥିଲେ । ସେ ଏହି ଚଳଚ୍ଚିତ୍ରରେ ଆଲ୍ଲାଉଦ୍ଧିନ ଖିଲଜିର ଅଭିନୟ କରିଥିଲେ । କେବଳ ଦର୍ଶକଙ୍କୁ ତାଙ୍କ ଅଭିନୟ ପସନ୍ଦ ଆସି ନଥିଲା । ମାତ୍ର ବଡ ବଡ କଳାକାର ମାନେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଛନ୍ତି ।

ଏହି ଚଳଚ୍ଚିତ୍ର ରିଲିଜ ହେବା ପରେ ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ମିଳିଛି ‘ବିଗ’ ଆୱାର୍ଡ ଏକଥା ଆମେ ନୁହେଁ ନିଜେ ରଣବୀର କହିଛନ୍ତି । ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କାରଣ ରଣବୀରଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତ’ ୨୫ଜାନୁଆରୀରେ ରିଲିଜ ହୋଇଥିବା ବେଳେ ଏହାମଧ୍ୟରେ କୌଣସି ଆୱାର୍ଡ ପ୍ରୋଗ୍ରାମ ହୋଇନାହିଁ, ତେବେ ଚକିତ ହେବାର କଥା ହେଲା ଏତେ ଶୀଘ୍ର ତାଙ୍କୁ କିପରି ଆୱାର୍ଡ ମିଳିଗଲା । ବଲିଉଡ ଜଗତର ମହାନାୟକ ଅମିତାଭ ବଚ୍ଚନ ରଣବୀର ଏଗ ଚିଡି ପଠାଇଛନ୍ତି ଯାହାକୁ ନେଇ ରଣବୀର ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ।

ରଣବୀର ନିଜ ଅଫିସିୟଲ ଇନ୍ଷ୍ଟାଗ୍ରାମରେ ବିଗ ବି ଦେଇଥିବା ଚିଠିର ଫଟୋକୁ ପୋଷ୍ଟ କରିଛନ୍ତି । ଏବଂ ଏହା ସହ ସେହି ପୋଷ୍ଟରେ ତାଙ୍କୁ ତାଙ୍କ ଆୱାର୍ଡ ମିଳିଗଲା ବୋଲି ରଣବୀର ଲେଖିଛନ୍ତି । ଏହି ଚିଠି ଅମିତାଭ ବଚ୍ଚନ ଲେଖିଛନ୍ତି ଏବଂ ଏଥିରେ ତାରିଖ ୨୯ ଜାନୁଆରୀ ୨୦୧୮ ଲେଖାଯାଇଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More