Only for Entertainment

ଫିଲ୍ମ ପାଇଁ ଏବେ ଫିସ୍ ନେବେ ନାହିଁ ରଣବୀର ସିଂ , ଜାଣନ୍ତୁ ଏହାର କାରଣ

DNA India
37

ରଣବୀର ସିଂ ‘ପଦ୍ମାବତ’, ‘ସିମ୍ବା’ ଏବଂ ‘ଗଲି ବୟ’ ପରି ବ୍ୟାକ ଟୁ ବ୍ୟାକ ଦେଇଛନ୍ତି । ରଣବୀର ସିଂଙ୍କ ଫିଲ୍ମ ଗତବର୍ଷ ବକ୍ସ ଅଫିସରେ ୫୦୦ କୋଟିରୁ ଅଧିକ ଆୟ କରିସାରିଛି ।ଏବେ ଖବର ଶୁଣିବାକୁ ମିଳିଛି ଯେ, ରଣବୀର ସିଂ ଏବେ ଫିଲ୍ମ ପାଇଁ ଫିସ ନେବେ ନାହିଁ ବରଂ ଅକ୍ଷୟ କୁମାର, ସଲମାନ ଖାନ ଏବଂ ଆମୀର ଖାନଙ୍କ ପରି ପ୍ରଡ୍ୟୁସରର୍ସଙ୍କ ସହିତ ଫିଲ୍ମ ଲାଭର ପ୍ରତିଶତ ନେବେ ।

ranveer

ଖବର ଅନୁସାରେ, ରଣବୀର ସିଂ ଏବେ ସୁପରଷ୍ଟାର ହୋଇ ସାରିଥିବା ବେଳେ ତାଙ୍କର ଫିଲ୍ମ ଗୁଡିକ ବ୍ଲକବଷ୍ଟର ଫିଲ୍ମର ଟ୍ରାକରେ ନଜର ଆସୁଛି । ବକ୍ସ ଅଫିସରେ ରଣବୀର ସିଂଙ୍କ ଅଭିନିତ ଫିଲ୍ମ ‘ପଦ୍ମାବତ’ ଅନେକ ରେର୍କଡ ଭାଙ୍ଗିବା ପରେ ତାଙ୍କର ଫିସ ଖୁବ ବଢି ଯାଇଛି । ନିର୍ମାତା-ନିର୍ଦ୍ଦେଶକଙ୍କ ଏବେ ପ୍ରଥମ ପସନ୍ଦ ପାଲଟିଛନ୍ତି ରଣବୀର । ସେଥିପାଇଁ ପ୍ରଡ୍ୟୁସର ତାଙ୍କୁ ଅଂଶୀଦାର ହେବା ପାଇଁ ଅଫର ମଧ୍ୟ ଦେଉଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର ଏବେ ଗଲିବୟର ସଫଳତାକୁ ଉପଭୋଗ କରୁଛନ୍ତଛି । ଖୁବ ଶୀଘ୍ର ସେ କପିଲ ଦେବଙ୍କ ବୟୋପିକ ଫିଲ୍ମ ‘୮୩’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More