Only for Entertainment

ରଣବୀର ଦୀପିକାଙ୍କୁ ଦେଲେ ଏହି ଖାସ ଉପହାର, ପତ୍ନୀ ଫଟୋ ଶେୟାର କରି ଲେଖିଲେ ବେଷ୍ଟ ଗିଫ୍ଟ !

46

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋଣ ଇଣ୍ଡଷ୍ଟ୍ରିର ଫେମସ କପଲ ଅଟନ୍ତି । ଦୂହେଁ ନିଜ ନିଜ ପ୍ରେମ ଜାହିର କରିବା ପାଇଁ କୌଣସି ମଉକା ହାତ ଛଡା କରୁନାହାନ୍ତି । ନିକଟରେ ରଣବୀର ଦୀପିକାଙ୍କୁ ଏକ ଖାସ ଗିଫ୍ଟ ଦେଇଛନ୍ତି । ଏଥର ରଣବୀର ପତ୍ନୀଙ୍କୁ କୌଣସି ମହଙ୍ଗା ଗିଫ୍ଟ ନୁହେଁ ବରଂ ଏକ କ୍ୟୁଟ ସ୍ଲିପର ଗିଫ୍ଟ କରିଛନ୍ତି । ଦୀପିକାଙ୍କ ଏହି ସ୍ଲିପର୍ସରେ ଶିଟ ଈମୋଜି ବନା ହୋଇଛି । ଦୀପିକାଙ୍କୁ ମଧ୍ୟ ଏହି ଗିଫ୍ଟ ଖୁବ ପସନ୍ଦ ଆସିଛି । ଦୀପିକା ଇନଷ୍ଟାଗ୍ରାମରେ ଏହି କ୍ୟୁଟ ସ୍ଲିପରର ଫଟୋ ଶେୟାର କରଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରଣବୀର କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ୮୩ ପାଇଁ ଖୁବ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ କ୍ରିକେଟର କପିଲ ଦେବଙ୍କ ଭୂମିକା ତୁଲାଇବେ । ସେହିଭଳି ଦୀପିକା ମେଘନା ଗୁଲଜରଙ୍କ ଫିଲ୍ମ ଛପାକରେ ନଜର ଆସିବେ । ଏହା ଏକ ଏସିଡ ସର୍ଭଭାଈବର ଲକ୍ଷ୍ମୀଙ୍କ ବାୟୋପିକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More