Only for Entertainment

ରଣବୀର ସିଂଙ୍କ ଜେଜେ ମା’ଙ୍କ ନିଧନ, ଲମ୍ବା ସମୟରୁ ଥିଲେ ଅସୁସ୍ଥ ।

STYFI
0 34

ବଲିଉଡ ଅଭିନେତା ରଣବୀର ସିଂ ସୋମବାର ସକାଳ ଏକ ଦୁଃଖଦ ଖବର ନେଇ ଆସିଛି । ଲମ୍ବା ସମୟରୁ ଅସୁସ୍ଥ ଥିବା ରଣବୀର ସିଂଙ୍କ ଜେଜେ ମା’ଙ୍କର ନିଧନ ହୋଇଯାଇଛି । ହଠାତ ଏପରି ଖବର ଶୁଣିବା ପରେ ରଣବୀର ବର୍ତ୍ତମାନ ପାଇଁ ସମସ୍ତ ସୁଟିଂ ଏବଂ ପୋଗ୍ରାମ କ୍ୟାନସଲ କରିଦେଇଛନ୍ତି ।

କୁହାଯାଉଛି ଯେ ରଣବୀର ସିଂ ନିଜର ଜେଜେ ମା’ଙ୍କର ଖୁବ କ୍ଲୋଜ ଥିଲେ । ଏବଂ ସେ ଏକ ଇଣ୍ଟରଭ୍ୟୁରେ ତାଙ୍କ ଜେଜେ ମା’ଙ୍କ ବିଷୟରେ କହିଥିଲେ । ସେ କହିଥିଲେ ଜେଜେ ମା’ ମୋ ପାଇଁ ଅକ୍ସିଜେନ ଏବଂ ପାଣି ଭଳି ଯାହାର ଆବଶ୍ୟକତା ନିହାତି ଜରୁରି । ମୋ ଫ୍ୟାମିଲି ଏବଂ ମୋ ଫ୍ୟାନମାନଙ୍କ ଠାରୁ ମୁଁ ସବୁଠାରୁ ଅଧିକ ଜେଜେ ମା’ଙ୍କୁ ଭଲପାଏ ।

କିଛି ଦିନ ପୂର୍ବେ ଦୀପିକା ପାଦୁକୋନ ମଧ୍ୟ ରଣବୀରଙ୍କ ଜେଜେ ମା’ଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ସେହିସମୟରେ ଦୀପିକା ରଣବୀରଙ୍କ ବିବାହର ଚର୍ଚ୍ଚା ଜୋର ଧରିଥିଲା । କହିରଖୁଛୁ ଯେ ରଣବୀର ସିଂ ଏବେ ନିଜର ଗଲିବୟର ସୁଟିଂ ଶେଷ କରି ‘ସିମ୍ବା’ର ସୁଟିଂ ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More