Only for Entertainment

ହାରି ଯାଇଥିବାରୁ ଦୁଃଖିତ ପାକିସ୍ତାନୀ କ୍ରିକେଟ ପ୍ରେମୀ ଫ୍ୟାନ୍ସଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଲେ ରଣବୀର ସିଂ , ଦେଖନ୍ତୁ ଭିଡିଓ !

46

ରବିବାର ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚର ପ୍ରଭାବ ଭାରତ-ପାକିସ୍ତାନ ଦୁହିଁଙ୍କର ଉପରେ ଦେଖିବାକୁ ମିଳିଥିଲା । ସେହିଭଳି ଭାରତ ଯେଉଁଠି ଖୁସି ସେଲିବ୍ରେଟ କରିଛି ସେହିଭଳି ପାକିସ୍ତାନ ହାରିବା ଖୁସିରେ ଦୁଃଖିତ । ପାକିସ୍ତାନରେ ଲୋକମାନେ ଦୁଃଖରେ ଟିଭି ଭାଙ୍ଗିବା ଆରମ୍ଭ କରିଥିଲେ ବୋଲି ଖବର ଶୁଣିବାକୁ ମିଳିଛି ।

ଏହି ମ୍ୟାଚର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଭାରତ ଏବଂ ପାକିସ୍ତାନ ଦୁହିଁଙ୍କ ଫ୍ୟାନ୍ସ ମ୍ୟାଚ ଦେଖିବାକୁ ମନଚେଷ୍ଟରରେ ପହଂଚିଥିଲେ । ଏପରିକି ସେଲିବ୍ରିଟି ମଧ୍ୟ ଭାରତ ଟିମକୁ ଉତ୍ସାହିତ କରିବାକୁ ସେଠାରେ ଉପସ୍ଥିତ ଥିଲେ । ଏହି ଲାଇମଲାଇଟ ତାଲିକାରେ ରଣବୀର ସିଂ ସବୁଠାରୁ ଉଦ୍ଧ୍ୱର୍ରେ ରହିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଚହଳ ପକାଇଛି ।

 

View this post on Instagram

 

#ranveersingh with a Pakistani fan. He is so sweet ?❤

A post shared by Viral Bhayani (@viralbhayani) on

ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପାକିସ୍ତାନ ହାରିବା ପରେ ଜଣେ ପାକିସ୍ତାନୀ କ୍ରିକେଟ ଫ୍ୟାସଙ୍କୁ ଆଲିଙ୍ଗନ କରି ରଣବୀର ବୁଝାଉଛନ୍ତି । ରଣବୀର ତାଙ୍କୁ ବୁଝାଇଛନ୍ତି ଯେ ଚିନ୍ତା କରନି, ପାକିସ୍ତାନୀ କ୍ରିକେଟର ଭଲ ଖେଳିଛନ୍ତି , ସେ ଖେଳରେ ପୁଣି ଫେରିବେ ଏହିଭଳି ଅନେକ କଥା କହି ବ୍ୟକ୍ତିଙ୍କୁ ବୁଝାଇଛନ୍ତି ରଣବୀର । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାନିବାକୁ ପଡିବ ରଣବୀରଙ୍କ ଏଭଳି ବ୍ୟବହାରରେ ପାକିସ୍ତାନ ଏବଂ ଭାରତରେ ତାଙ୍କ ଫ୍ୟାନଙ୍କ ସଂଖ୍ୟା ବଢି ଯାଇଛି । ତାଙ୍କୁ ସମସ୍ତେ ଖୁବ ଭଲ ପାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More