Only for Entertainment

ବିବାହ ଏବଂ ରିସେପ୍ସନ ଶେଷ, ଏହି ଦିନ ସାମ୍ନାକୁ ଆସିବ ରଣବୀର ସିଂଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ର ଟ୍ରେଲର ।

AajTak
21

ଅଭିନେତା ରଣବୀର ସିଂ କିଛି ଦିନରୁ ନିଜ ବିବାହ ଏବଂ ରିସେପ୍ସନ ପାର୍ଟିରେ ବ୍ୟସ୍ତ ଅଛନ୍ତି । ରଣବୀର ଏବଂ ଦୀପିକାଙ୍କ ୩ଟି ଯାକ ରିସେପ୍ସନ ଶେଷ ହୋଇସାରିଥିବା ବେଳେ ଏବଂ ଅଭିନେତା ରଣବୀର ସିଂ ନିଜ ପ୍ରୋଜେକ୍ଟ ଉପରେ ଧ୍ୟାନ ଦେବା ଆରମ୍ଭ କରିଦେଇଛନ୍ତି । ବିବାହର ପୂର୍ବରୁ ରଣବୀର ନିଜର ଆଗାମୀ ଫିଲ୍ମ ‘ସିମ୍ବା’ର ସୁଟିଂ ଶେଷ କରିଥିଲେ । ନିକଟରେ ରଣବୀର ଫିଲ୍ମର ଏକ ନୂଆ ପୋଷ୍ଟର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଆଲା ରେ ଆଲା ସିମ୍ବା ଆଲା । ଏହା ସହିତ ଫିଲ୍ମର ଟ୍ରେଲର ଆସନ୍ତା କାଲି ଅର୍ଥାତ ୩ ଡିସେମ୍ବରରେ ରିଲିଜ ହେବ ବୋଲି ପୋଷ୍ଟରରେ ଦର୍ଶାଯାଇଛି ।

 

କହିରଖୁଛୁ ଯେ, ଫିଲ୍ମରେ ରଣବୀର ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ନଜର ଆସିବେ । କେଦାରନାଥ ପରେ ଏହା ସାରାଙ୍କର ଦ୍ୱିତୀୟ ଫିଲ୍ମ । ଫିଲ୍ମ ସିମ୍ବାର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ । ତାମିଲ ଫିଲ୍ମ ‘ଟେମ୍ପର’ର ଏହା ହିନ୍ଦୀ ରିମେକ ।

ରଣବୀର ଏବଂ ଦୀପିକାଙ୍କ ବିବାହ ବିଷୟରେ କହିବାକୁ ଗଲେ, ଦୁହେଁ ଶନିବାର ଅର୍ଥାତ ୧ ଡିସେମ୍ବରରେ ତୃତୀୟ ରିସେପ୍ସନ ପାର୍ଟି ଦେଇଥିଲେ । ଏହି ପାର୍ଟିରେ ବଲିଉଡର ପାଖାପାଖି ୧୦୦୦ ଲୋକଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏହା ପୂର୍ବରୁ ମୁମ୍ବାଇ ଏବଂ ବେଙ୍ଗାଲୁରରେ ମଧ୍ୟ ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More