Only for Entertainment

ରଣବୀର ସିଂ ସ୍ୱିଜରଲାଣ୍ଡରେ କଲେ କିଛି ଏପରି , ଭିଡିଓ ଦେଖିଲେ ଆପଣ ହସ ରୋକି ପାରିବେ ନାହିଁ ।

amarujala
0 42

ଫିଲ୍ମ ଗଲି ବୟର ସୁଟିଂ ଶେଷ କରି ରଣବୀର ଏବେ ସ୍ୱିଜରଲାଣ୍ଡରେ ଛୁଟି ମନାଉଛନ୍ତି । କେତେବେଳେ ବ୍ରିଟିଶ ସିଙ୍ଗର ଫ୍ରେଡି ମର୍କରୀଙ୍କ ବେଶଭୂଶାରେ ଶ୍ରଦ୍ଧାଞ୍ଜଳି ଦେବାର ନଜର ଅସୁଛନ୍ତି ତ କେତେବେଳେ ନିଜ ନା’ରେ ନାମିତ ଟ୍ରେନକୁ ଗ୍ରୀନ ଫ୍ଲାଗ ଦେଖାଉଥିବାର ନଜର ଆସିଛନ୍ତି । ମାତ୍ର ଏବେ ସେ ଏଭଳି କାମ କରିଛନ୍ତି ଯାହାକୁ ଦେଖି ସମସ୍ତେ ନିଜ ହସ ରୋକି ପାରିବେ ନାହିଁ ।

ସ୍ୱିଜରଲାଣ୍ଡ ପର୍ଯ୍ୟଟନ ଅଧିକାରି ବ୍ରାଣ୍ଡ ଆମ୍ବାସାଡର ରଣବୀର ସିଂ ଜଣେ ପ୍ରସିଦ୍ଧ କମେଡିଆନ ଏବଂ ଅଭିନେତା ଚାର୍ଲି ଚ୍ୟାପଲିନଙ୍କ ଭୂମିକାରେ ନଜର ଆସିଛନ୍ତି । ସେ କରସିଅର-ସୁର-ଭେଭେ ସ୍ଥିତ ‘ଚାପଲିନ୍ସ ୱାର୍ଲ୍ଡ’ମ୍ୟୁଜିଅମ ପହଂଚିଥିଲେ ଯେଉଁଠି ‘ମଡର୍ନ ଟାଉମ୍ସ’ଫେମ ଅଭିନେତାଙ୍କ ଜୀବନ ସହ ଜଡିତ ଆକର୍ଷକ ଦସ୍ତାବେଜ, ଭିଡିଓ ଏବଂ ଡିସପ୍ଲେ ପାଖରୁ ଦେଖିବା ଲାଗି ସୁଯୋଗ ମିଳିଥାଏ ।


‘ଚ୍ୟାପଲିନ୍ସ ୱାର୍ଲ୍ଡ’ମ୍ୟୁଜିୟମରେ ରଣବୀର ସିଂ ଚ୍ୟାପଲିନଙ୍କ ଭଳି ଏକ ଅଭିନୟ କରିଥିଲେ । ଏହି ଅଭିନେତା ଜଣକ ନିଜ ପରଫର୍ମାନ୍ସର ଭିଡିଓ ମଧ୍ୟ ସେୟାର କରିଛନ୍ତି ।
ସେ ନିଜର ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏକ ସାକ୍ଷାତକାରରେ ରଣବୀର କହିଥିଲେ ସ୍ୱିଜରଲାଣ୍ଡ ତାଙ୍କ ପସନ୍ଦିିତା ଦେଶ ଅଟେ । ଯେବେ ବି ସେହି ସ୍ଥାନକୁ ଯାଆନ୍ତି, ତାଙ୍କୁ କିଛି ନା କିଛି ନୂଆ ଦେଖିବାକୁ ମିଳିଥାଏ । କିଛି ମିଡିଆ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଶେଷରେ ସେ ଦୀପିକାଙ୍କ ସହ ସ୍ୱିଜରଲାଣ୍ଡରେ ବିବାହ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More