Only for Entertainment

ଆଲାଦିନଙ୍କ ଜିନ: ମଜାଦାର ଲୁକରେ ନଜର ଆସିଲେ ୱିଲ ସ୍ମିଥ !

aajtak
23

ହଲିଉଡ ଅଭିନେତା ୱିଲ ସ୍ମିଥଙ୍କ କ୍ଲାସିକାଲ ଫାଂଟାସି ଫିଲ୍ମ ଆଲାଦୀନ ଆସନ୍ତା ବର୍ଷ ୨୪ମେ’ରେ ସିନେମାଘରେ ରିଲିଜ ହେବ । ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ ୱିଲ ସ୍ମିଥ ଜିନ ଭୂମିକାରେ ନଜର ଆସିଛନ୍ତି । ତାଙ୍କୁ ଜିନ୍ ରୋଲରେ ଦେଖିବା ଖୁବ ରୋମାଂଚକ ଅଟେ । ସେ ପ୍ରଥମ ଥର ଏଭଳି ଭୂମିକା ନେଇ ପରଦାକୁ ଆସୁଛନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି  ଗେ ରିଚି

ଏକ ରିର୍ପୋଟ ମୁତାବକ ୱିଲ ସ୍ମିଥଙ୍କ ବ୍ୟତୀତ ଏହି ଫିଲ୍ମରେ ମେନା ମସୁଦ ଏବଂ ନାଓମୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଦୁହେଁ ମେନା ମସୁଦ ଆଲାଦୀନ ଏବଂ ନାଓମୀ ରାଜକୁମାରୀ ଭୂମିକାରେ ନଜର ଆସିବେ । ଦେଶବିଦେଶରେ ୱିଲ ସ୍ମିଥଙ୍କ ଏହି ଲୁକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ୱିଲସ୍ମିଥ ମଧ୍ୟ ନିଜ ସୋସିଆଲ ମିଡିଆ ଅକାଉଂଟରେ ଏହି ଫଟୋ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More