Only for Entertainment

୧୦ମାସ ତାଲିମ ପରେ ରଣବୀର ସିଂ ହେଲେ ‘ଗଲି ବୟ’ !

24

ସୁପରହିଟ ଫିଲ୍ମ ସିମ୍ବା ପରେ ରଣବୀର ସିଂ ୧୪ଫେବୃୟାରୀରେ ଗଲି ବୟ ନେଇ ପରଦାକୁ ଆସିବାକୁ ଯାଉଛନ୍ତି । ଫିଲ୍ମ ମୁମ୍ବାଇରେ ରହୁଥିବା ବାଲେ ର‌୍ୟାପର ଜୀବନୀ ଉପରେ ଆଧାରିତ । ଏହି ଫିଲ୍ମ ପାଇଁ ରଣବୀର ସିଂ ନିଜର ଜବରଦସ୍ତ ପରିଶ୍ରମ କରିଛନ୍ତି , ଯାହାର ଅନ୍ଦାଜ ଦେଖିବାକୁ ମିଳିଛି ନିକଟରେ ରିଲିଜ ହୋଇଥିବା ଗୀତରେ । ରଣବୀର ସିଂ ଏହି ଫିଲ୍ମରେ ଅନେକ ର‌୍ୟାପ ସଙ୍ଗରେ ନିଜ ସ୍ୱର ଦେଇଛନ୍ତି, ଏବଂ ଏହି ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରଣବୀର ସିଂ ନିଜ ସମସ୍ତ ଫିଲ୍ମରେ କଠିନ ପରିଶ୍ରମ କରନ୍ତି । ଏହାର ଉଦାହରଣ ହେଉଛି ଯେତେବେଳେ ସେ ପଦ୍ମାବତରେ ଖିଲ୍ଜିର ଭୂମିକା ତୁଲାଇଥିଲେ , ସେ ନିଜକୁ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ଗୃହରେ ଥିଲେ । ଏବେ ରଣବୀର ପ୍ରଥମ ଥର ର‌୍ୟାପର ହୋଇ ନିଜେ ଗୀତ ଗାଇଛନ୍ତି । ଏଥିରୁ ଜଣା ପଡୁଛି ଯେ ଏହି ଫିଲ୍ମର ଅଭିନୟ କରିବା ପାଇଁ ସେ ନିଶ୍ଚୟ ସ୍ପେଶାଲ ଟ୍ରେନିଂ ନେଇଥିବେ । ରିପୋର୍ଟ ମୁତାବକ ଯେଉଁ ପ୍ରସିଦ୍ଧ ର‌୍ୟାପର ଡିଭାଇନଙ୍କ ଜୀବନ ଉପରେ ଫିଲ୍ମ ବନାଯାଇଛି, ଅସଲରେ ରଣବୀର ତାଙ୍କ ପାଖରେ ୧୦ବର୍ଷ ପର୍ଯ୍ୟନ୍ତ ଟ୍ରେନିଂ ନେଇଥିଲେ । ଫିଲ୍ମରେ ରଣବୀରଙ୍କ ସ୍ୱରକୁ ନେଇ ୪ଟି ଗୀତ ରେକର୍ଡିଂ କରାଯାଇଛି । ପ୍ରଥମ ଗୀତ ‘ଅସଲି ହିପହପ’ ଏବଂ ଅନ୍ୟଟି ହେଉଛି ‘ଅପନା ଟାଇମ ଆୟେଗା’ ରିଲିଜ ହୋଇସାରିଲାଣି ।

ଏହି ଫିଲ୍ମରେ ର‌୍ୟାପର ଜୀବନ କାହାଣୀକୁ ପାଖରୁ ଦୃଶାୟନ କରାଯାଇଛି । ଏହିକାରଣରୁ ରଣବୀର ର‌୍ୟାପରଙ୍କ ସହ ଅନେକ ସମୟ ବିତାଇଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ରଣବୀରଙ୍କ ଗର୍ଲପ୍ରେଣ୍ଡ ଭାବେ ଆଲିୟା ନଜର ଆସିବେ । ଫିଲ୍ମରେ କଲ୍କି କୋଚଲିନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More