Only for Entertainment

ବର୍ଲିନରେ ‘ଅପନା ଟାଇମ ଆଏଗା’ ଗାଇ ଦୃଦୟ ଲୁଟିନେଲେ ରଣବୀର ସିଂ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

bollywood life
26

ବଲିଉଡ ଅଭିନେତା ରଣବୀର ସିଂ ଏବେ ନିଜର ଆଗାମୀ ଫିଲ୍ମ ‘ଗଲି ବୟ’ର ପ୍ରମୋଶନକୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମ ଚଳିତ ବର୍ଷ ୧୪ ଫେବୃଆରୀରେ ରିଲିଜ ହେବ । ପଦ୍ମାବତ ଏବଂ ସିମ୍ବା ସୁପରହିଟ ହେବା ପରେ ରଣବୀରଙ୍କ ଫ୍ୟାନ୍ସ ତାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଜୋୟା ଅଖତରଙ୍କ ଏହି ଫିଲ୍ମ ଜରିଆରେ ରଣବୀର ସିଂ ଏବଂ ଆଲିଆ ଭଟ୍ଟ ପ୍ରଥମଥର ପାଇଁ ବଡ ପରଦାରେ ଏକାଠି ନଜର ଆସିବେ ।

ନିକଟରେ ରଣବୀର ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରଣବୀର ବର୍ଲିନରେ ‘ଗଲିବୟ’ର ଗୀତ ଅପନା ଟାଇମ ଆଏଗା ଗାଇ ସମସ୍ତଙ୍କ ଦୃଦୟ ଜିତି ନେଇଥିବା ଦେଖିବାକୁ ମିଳିଛି । କହିରଖୁଛୁ ଯେ, ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ରଣବୀର ସିଂଙ୍କ ଏହି ଫିଲ୍ମର ସ୍କ୍ରିନିଂ ହୋଇଥିଲା । ସମୀକ୍ଷକ ଫିଲ୍ମର କାହାଣୀକୁ ଫ୍ରେସ ବୋଲି କହିଥିବା ବେଳେ ରଣବୀର ଆଲିଆଙ୍କ ଖୁବ ପ୍ରଶଂସା କରିଥିଲେ । ଫିଲ୍ମର ସ୍କ୍ରିନିଂ ସମୟରେ ରଣବୀର ଷ୍ଟେଜରେ ଆସି ଅପନା ଟାଇମ ଆଏଗା ଗାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More