Only for Entertainment

ରଣବୀର ସିଂ କହିଲେ ସିମ୍ବା ପରେ ଦୀପିକା ତାଙ୍କୁ ଘରେ କଣ ଡାକନ୍ତି !

38

ରଣବୀର ସିଂ ରବିବାର ଦିନ ଉମଙ୍ଗ ଆୱାର୍ଡ ଶୋ’ ଆଟେଂଡ କରିଥିଲେ । ରଣବୀର ଏଠାକୁ ପିନ୍ଧି ଆସିଥିବା ଚିତା ପ୍ରିଂଟର ଆଉଟଫିଟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିମ୍ବା ଷ୍ଟାରର ଅଜୟ ଦେବଗନ ଏବଂ ରୋହିତ ସେଟ୍ଟି ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ରଣବୀର ସିଂଙ୍କୁ ରୋହିତ ସିମ୍ବା ଫିଲ୍ମ ଦେଇଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଲେ । ଏହାସହ ସେ କହିଥିଲେ ଯେ ଦୀପିକା ତାଙ୍କୁ କ’ଣ କହି ଡାକନ୍ତି ।

ଫ୍ୟାନ୍ସମାନେ ଏହି ନୂଆ ବିବାହିତ କପଲଙ୍କ ଛୋଟ ଛୋଟ କଥା ଜାଣି ଖୁସି ଲାଗେ । ଏହିଭଳି ରଣବୀର ସିଂ ଏହି ଆୱାର୍ଡ ଶୋ’ରେ ଦୀପିକାଙ୍କ ବିଷୟରେ କିଛି ଖାସ କଥା କହିଥିଲେ । ରଣବୀର ଘରେ ପହଂଚିଲେ ଦୀପିକା ତାଙ୍କୁ ପୁଲିସ ଆସିଲା ବୋଲି କୁହନ୍ତି । ସିମ୍ବାରେ ରଣବୀର ପୁଲିସ ଲୁକରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସାରା ଅଲୀ ଖାନ ନଜର ଆସିଥିଲେ ।

ନିକଟରେ ଏହି ଫିଲ୍ମ ପ୍ରମୋଶନ ସମୟରେ କପିଲ ଶର୍ମାଙ୍କ ଶୋ’ରେ ମଧ୍ୟ ରୋହିତ ଏବଂ ରଣବୀରଙ୍କ ମସ୍ତି ଦେଖିବାକୁ ମିଳିଥିଲା । ଏଠାରେ ମଧ୍ୟ ଦୀପିକାଙ୍କ ବିଷୟରେ ଚର୍ଚ୍ଚା କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More