Only for Entertainment

ଗୋବିନ୍ଦା, ଅନିଲ କପୁର ଏବଂ ବିଗ ବିଙ୍କୁ ଆଇଡଲ ମାନନ୍ତି ରଣବୀର ସିଂ, ଏହା ହେଉଛି କାରଣ

DNA
26

ଅଭିନେତା ରଣବୀର ସିଂ ବଲିଉଡ ଡେବ୍ୟୁ କରିବାର ମାତ୍ର ୧୦ ବର୍ଷ ମଧ୍ୟରେ ଯେଉଁ ଉପଲବ୍ଧି ହାସିଲ କରିଛନ୍ତି ତାହା ବଡ ବଡ କଳାକାରଙ୍କ ପକ୍ଷରେ ସମ୍ଭବ ହୋଇପାରିନାହିଁ । ଆଜି ତାଙ୍କର ବହୁତ ବଡ ଫ୍ୟାନ ଫଲୋଇଙ୍ଗ ଅଛନ୍ତି । ଲୋକେ ତାଙ୍କ ଅଭିନୟ ସହିତ ତାଙ୍କ ସ୍ୱଭାବକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ପ୍ରତ୍ୟେକ ଫିଲ୍ମରେ ରଣବୀରଙ୍କର ଲୁକ ଚର୍ଚ୍ଚାରେ ରହିଥାଏ । ଏପରିି କି ତାଙ୍କ ଲୁକକୁ ଫ୍ୟାନ୍ସ କପି କରୁଥିବାର ମଧ୍ୟ ଦେଖିବାକୁ ମିଳେ । ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ରଣବୀର କହିଥିଲେ ବଲିଉଡରେ ସେ କାହାକୁ ନିଜ ଆଇଡଲ ଭାବିଥାନ୍ତି ।

ରଣବୀର ଏକ ମ୍ୟାଗାଜିନକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ, ସେ ଗୋବିନ୍ଦା, ଅନିଲ କପୁର ଏବଂ ଅମିତାଭ ବଚ୍ଚନଙ୍କୁ ଆଇଡଲ ବୋଲି ମାନିଥାନ୍ତି । ସେ କହିଥିଲେ ଏହି ଅଭିନେତା ମାନଙ୍କୁ ଦେଖି ଦେଖି ସେ ବଡ ହୋଇଛନ୍ତି । ରଣବୀର କହିଥିଲେ ଯେ, ମୋ ମଧ୍ୟରେ ଏହି କଳାକାରମାନେ ଏପରି ଅଛନ୍ତି ଯେ ମୁଁ ନ ଚାହିଁଲେ ମଧ୍ୟ ମୋ ଅଭିନୟରେ ତାଙ୍କର ଛଲକ ନଜର ଆସିଥାଏ । ସେ କହିଥିଲେ ଗୋବିନ୍ଦାଙ୍କୁ ସେ କମ୍ପ୍ଲିଟ ପଫର୍ମର ମାନିଥାଏ । ଇମୋଶନ ହେଉ, କମେଡି ହେଉ କିମ୍ବା ଡ୍ୟାନ୍ସ ସେ ପ୍ରତ୍ୟେକ ସିନକୁ ଭଲ ଭାବେ ତୁଲାଇଥାନ୍ତି ।

ranveer-singh-anil-kapoor-simmba

ସେହିପରି ଅନିଲ କପୁରଙ୍କ ବିଷୟରେ କହିଥିଲେ, ସେ ଏବେ ମଧ୍ୟ ନିଜର ପ୍ରତ୍ୟେକ ଫିଲ୍ମକୁ ଭଲ ଭାବେ ବୁଝିଥାନ୍ତି ଯେପରି ଏହା ତାଙ୍କର ପ୍ରଥମ ଫିଲ୍ମ । କୌଣସି କଥାକୁ ନେଇ ସେ କେବେ ଓଭର କନଫିଡେନ୍ସ ହୋଇନଥାନ୍ତି । ସେବୁବେଲେ ଭଲ କରିବା ପାଇଁ ଚେଷ୍ଟା କରିଥାନ୍ତି । ମୁଁ ତାଙ୍କ ପରି ହେବାକୁ ଚେଷ୍ଟା କରୁଛି । ଏହା ସହିତ ଅମିତାଭ ବଚ୍ଚଙ୍କ ସରିୟସନେସ ରଣବୀରଙ୍କୁ ଖୁବ ପସନ୍ଦ ବୋଲି ସେ କହିଥିଲେ ।

ରଣବୀରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ସିମ୍ବା ବକ୍ସ ଅଫିସରେ ଖୁବ ଭଲ ବଜନେସ କରିଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରୋହିତ ସେଟ୍ଟୀ । ଏବେ ସେ ନିଜର ଆଗାମୀ ଫିଲ୍ମ ଗଲିବୟରେ ନଜର ଆସିବେ । ଫିଲ୍ମରେ ତାରଙ୍କ ଅପୋଜିଟରେ ଆଲିଆ ଭଟ୍ଟ ନଜର ଆସିବେ । ଫିଲ୍ମରେ ରଣବୀରଙ୍କୁ ଏକ ର‌୍ୟାପର ଭୂମିକାରେ ଦେକଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More