Only for Entertainment

‘ଆଁଖ ମାରେ ଓ ଲଡକା ଆଁଖ ମାରେ…’ ନଜର ଆସିବେ ସାରା ଅଲ୍ଲୀ ଖାନଙ୍କ ସହ ରଣବୀର ସିଂ !

Bollywood Hungama
0 49

ଫିଲ୍ମ ତେରେ ମେରେ ସପ୍ନେ’ରେ ଅରଶଦ ବାରସୀ ଥିବା ଗୀତ ‘ଆଁଖ ମାରେ ଓ ଲଡକା ଆଁଖ ମାରେ…’ ଆପଣ ମାନଙ୍କୁ ନିଶ୍ଚୟ ମନେ ଥିବ! ଏହି ଗୀତ ସେ ସମୟର ସୁପରହିଟ ଗୀତ ମଧ୍ୟରୁ ଗୋଟେ ଗୀତ ଥିଲା । ଯେଉଁ୍ଥିରେ ଅରଶଦ ସିମରନଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

ଏହି ଗୀତ କେବଳ ସେ ସମୟରେ ସୁପରହିଟ ହୋଇ ନଥିଲ. ଏହି ଗୀତ ଯୁବାପିଢିଙ୍କ ମଧ୍ୟରେ ଏକ କ୍ରେଜ ଆଣି ଦେଇଥିଲା । ଏବେ ପୁଣି ଥରେ ଏହି ଗୀତର ନୂଆ ଭର୍ସନ ଶୁଣିବାକୁ ମିଳିବ ମାତ୍ର ଏହି ଗୀତରେ ଅରଶଦ-ସିମରନ ନୁହଁନ୍ତି ବରଂ ରଣବର ସିଂ-ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ନଜର ଆସିବେ । ଅର୍ଥାତ ଫିଲ୍ମ ସାମ୍ବା ପାଇଁ ଏହି ଗୀତକୁ ରିକ୍ରିଏଟ କରାଯାଇଛି ।

ଖବର ମୁତାବକ ରୋହିତ ସେଟ୍ଟୀ ଏହି ଗୀତରେ ରିମିକ୍ସ କରିବା ପାଇଁ ଏହାର ଭାର ତନିଷ୍କ ବାଗଚିଙ୍କୁ ଦେଇଛନ୍ତି । ତନିଷ୍କ ବିଗତ ମାସରେ ଅନେକ ପୁରୁଣା ଗୀତକୁ ରିମିକ୍ସ କରିଥିଲେ । ଏହାମଧ୍ୟରୁ ଦ ହମ୍ମା ସଙ୍ଗ, ଗୁଲାବୀ ଆଖେଁ, ମେରେ ରସ୍କେ କମର, କୁଡିଆଁ ଶହର ଦିଆଁ, ରାତ ବାକି, ହବା ହବାଇ ଗୀତ ସେ ରିମିକ୍ସ କରିଛନ୍ତି ।

ସିମ୍ବା ଡିସେମ୍ବର ୨୮ରେ ରିଲିଜ ହେବ । ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ସାରା ଅଲ୍ଲୀ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ସାଉଥ ଫିଲ୍ମ ଟେମ୍ପର’ର ରିମେକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More