Only for Entertainment

ରିଲିଜ ହେବାର ଦୁଇ ସପ୍ତାହ ପୂର୍ବରୁ ସାମ୍ନାକୁ ଆସିଲା ‘ସିମ୍ବା’ର ନୂଆ ପୋଷ୍ଟର, ମସ୍ତିଭରା ଅନ୍ଦାଜରେ ନଜର ଆସିଲେ ରଣବୀର ସିଂ ।

insta pic of ranveer singh
14

ବଲିଉଡ ଅଭିନେତା ରଣବୀର ସିଂ ଏବେ ନିଜର ଆଗାମୀ ଫିଲ୍ମ ‘ସିମ୍ବା’କୁ ନେଇ ଚର୍ଚ୍ଚାରେ । ବିବାହ ପରେ ରଣବୀର ଏବେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ରେହିତ ସେଟ୍ଟୀ ଦେଇଥିବା ବେଳେ ପ୍ରଥମ ଥର ପାଇଁ ରୋହିତ ଏବଂ ରଣବୀର ଏକାଠି କାମ କରିଛନ୍ତି । ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ସୈଫ ତନୟା ସାରା ଅଲ୍ଲୀ ଖାନ ନଜର ଆସିବେ । କେଦାରନାଥରେ ଡେବ୍ୟୁ କରିବା ପରେ ଏହା ସାରାଙ୍କ ଦ୍ୱିତୀୟ ଫିଲ୍ମ ହେବ ।

 

 

View this post on Instagram

 

? #Simmba

A post shared by Ranveer Singh (@ranveersingh) on

ତେବେ ଫିଲ୍ମ ରିଲିଜକୁ ଆଉ ୨ ସପ୍ତାହ ବାକିଥିବା ବେଳେ ସିମ୍ବାର ନୂଆ ପୋଷ୍ଟରକୁ ରିଲିଜ କରାଯାଇଛି । ଅଭିନେତା ରଣବୀର ସିଂ ଏହାକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫିଲ୍ମର ଏହି ନୂଆ ପୋଷ୍ଟରରେ ରଣବୀର ସିଂ ମସ୍ତିଭରା ଅନ୍ଦାଜରେ ନଜର ଆସିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତକୁ ରିଲିଜ କରାଯାଇଛି ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତେଲଗୁ ଫିଲ୍ମ ‘ଟେମ୍ପର’ର ଏହା ହେଉଛି ଅଫିସିଆଲ ହିନ୍ଦୀ ରିମେକ । ଫିଲ୍ମ ୨୮ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More