Only for Entertainment

ପ୍ରଥମଥର କ୍ୟାମେରା ଦେଖି ଦୁଃଖିତ ନଜର ଆସିଲେ ରଣବୀର ସିଂ, ଏୟାରପୋର୍ଟରୁ ଫଟୋ ଆସିଲା ସାମ୍ନାକୁ !

32

ବଲିଉଡ ଅଭିନେତା ରଣବୀର ସିଂ ନିଜର ଭିନ୍ନ ଭିନ୍ନ ଅନ୍ଦାଜ ପାଇଁ ପରିଚିତ । ପୁଣିଥରେ ସେ ନିଜ ଅତରଙ୍ଗୀ ଷ୍ଟାଇଲ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ରଣବୀର ଏୟାରପୋର୍ଟରେ ସ୍ପଟ ହୋଇଥିଲେ ।

ସେ କାଜୁଆଲ ଟ୍ରାକ ସୁଟ ସହ ଓରେଂଜ କଲର କ୍ୟାପରେ କୁଲ ଅନ୍ଦାଜରେ ନଜର ଆସିଛନ୍ତି ।
ମିଡିଆକୁ ଦେଖି ରଣବୀରଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସବୁବେଳେ କ୍ୟାମେରାକୁ ଦେଖି ଏନର୍ଜି ସହ ପୋଜ ଦେଇଥିବା ସିମ୍ବା ଖୁବ ଦୁଃଖିତ ନଜର ଆସିଛନ୍ତି ।

ରଣବୀର କିଛି ଦିନ ହେବ ନିଜ ମ୍ୟାରେଡ ଲାଇଫକୁ ଉପଭୋଗ କରୁଛନ୍ତି । ସେ ଜଣେ ଖୁସମିଜାଜ ଅଭିନେତା ଅଟନ୍ତି, ଯୁଆଡେ ଯାଆନ୍ତି ସେ ଏକ ଭଲ ମାହୋଲ ଗଢି ଦିଅନ୍ତି । ବ୍ୟସ୍ତତା ମଧ୍ୟରେ ବି ସେ ତାଙ୍କ ପତ୍ନୀଙ୍କ ସହ ଅନେକ ସ୍ତାନରେ ସ୍ପଟ ହୁଅନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରଣବୀର ସିଂ ନିଜଟରେ ସିମ୍ବା ଏବଂ ଗଲିବୟ ରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ଭୁମିକାକୁ ଖୁବ ପ୍ରଶଂସା କରାଯାଇଥିଲା ଏବଂ ଖୁବ ଶୀଘ୍ର ସେ କପିଲ ଦେବଙ୍କ ବାୟୋପିକ ୮୩ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More