Only for Entertainment

ଭାରତ ପକ୍ଷରୁ ଓସ୍କାର ୨୦୨୦ରେ ପ୍ରବେଶ କଲା ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଲି ବଏ’

google
30

ଫେବୃଆରୀ ୧୪, ୨୦୧୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗଲି ବଏ’କୁ ଏକ ବଡ଼ ସଫଳତା ମିଳିଛି । ୨୦୨୦ ଓସ୍କାର ପାଇଁ ଭାରତର ଆଧିକାରୀକ ଚଳଚ୍ଚିତ୍ର ଭାବେ ‘ଗଲି ବଏ’କୁ ଏଣ୍ଟ୍ରି ମିଳିଛି । ବେଷ୍ଟ ଇଣ୍ଟରନ୍ୟାସ୍‌ନାଲ ଫିଚର ଫିଲ୍ମ ବର୍ଗରେ ସାମିଲ ହେବାକୁ ଏହା ମନୋନୀତ ହୋଇଛି । ଏ ନେଇ ଟୁଇଟ୍‌ କରି ଜଣାଇଛନ୍ତି ଅଭିନେତା ଫର୍‌ହାନ ଅଖ୍‌ତାର । ଫିଲ୍ମଟି ୯୨ତମ ଓସ୍କାର ଆଓ୍ଵାର୍ଡ ପ୍ରତିଯୋଗିତାରେ ପ୍ରବେଶ କରିଥିବା ନେଇ ଜଣାଇବା ସହ ଫିଲ୍ମ ଫେଡେରେସନ୍‌କୁ ଧନ୍ୟବାଦ୍‌ ଦେଇଛନ୍ତି ଫର୍‌ହାନ୍ ।


ସୂଚନା ମୁତାବକ, ‘ଗଲି ବଏ’ର ନିର୍ଦ୍ଦେଶନା ଜୋୟା ଅଖ୍‌ତାର ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ରଣବୀର ସିଂହ ଓ ଆଲିଆ ଭଟ୍ଟ । ଫିଲ୍ମରେ ରଣବୀରଙ୍କ ଚରିତ୍ରର ନାଁ ମୁରାଦ ହୋଇଥିବା ବେଳେ ଜଣେ ଭଲ ର‍୍ୟାପର ହେବା ପାଇଁ ମୁରାଦକୁ କେତେ କଷ୍ଟ କରିବାକୁ ପଡ଼େ ତାହା ଫିଲ୍ମରେ ଦେଖାଯାଇଥିଲା । ଫିଲ୍ମଟି ଭାଲେଣ୍ଟାଇନ୍‌ ଡେ’ରେ ରିଲିଜ୍‌ ହୋଇଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଭାରତରେ ଫିଲ୍ମଟି କମାଲ କରିଥିବା ବେଳେ ଓସ୍କାର ଆଓ୍ଵାର୍ଡ ଜିତିବାରେ ମଧ୍ୟ ଫିଲ୍ମଟି ସଫଳ ହେବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More