Only for Entertainment

ବହୁ ଦିନ ପରେ ପତ୍ନୀ ଦୀପିକାଙ୍କୁ ଦେଖିଲେ ଏଭଳି ଥାଏ ରଣବୀରଙ୍କ ପ୍ରତିକ୍ରିୟା ।

aajtak
37

ରଣବୀର ସିଂ ଏବଂ ଦୀପିକା ପାଦୁକୋନ ପ୍ରାୟ ୬ ବର୍ଷ ହେବ ସଂପର୍କରେ ରହିବା ପରେ ଇଟାଲୀର ଲେକ କୋମୋଠାରେ ବିବାହ ବନ୍ଧନରେ ବାନ୍ଧି ହେଲେ । ବଲିଉଡର ଏହି କ୍ୟୁଟ ଏବଂ ଆଡୋରେବଲ ଯୋଡ଼ିକୁ ସମସ୍ତେ ପସନ୍ଦ କରନ୍ତି । ବେଳେ ବେଳେ ଦୀପିକା ଏବଂ ରଣବୀର ନିଜ ପ୍ରେମଭରା କଥାର କହି ଫ୍ୟାନ୍ସଙ୍କୁ ପ୍ରେରିତ କରନ୍ତି । ଦୁଇଜଣଙ୍କ ସଂପର୍କ ଖୁବ ମଜବୁତ ଥିବା ନଜର ଆସିଛି ।

ନିକଟରେ ରଣବୀର ଫେମିନା ମାଗାଜିନକୁ ଇଂଟରଭ୍ୟୁ ଦେଉଥିବା ସମୟରେ ଦୀପିକାଙ୍କ ସହିତ ସଂପର୍କକୁ ନେଇ ଏକ ସୁନ୍ଦର କଥା କହିଛନ୍ତି । ବିବାହ ପରର କିଛି ପରିସ୍ଥିତି ବିଷୟରେ ରଣବୀର ଆଲୋଚନା କରିଛନ୍ତି । ଦୁଇଜଣଙ୍କୁ ନେଇ ଏକ ଅଜଣା କ୍ୟୁଟ କଥା କହିଛନ୍ତ ଅଭିନେତା । ଇଂଟରଭ୍ୟୁରେ ରଣବୀରଙ୍କୁ ପଚରାଗଲାଯେ ଦୀପିକାଙ୍କୁ ବହୁ ଦିନ ପରେ ଦେଖିଲେ ତାଙ୍କର ପ୍ରତିକ୍ରିୟା କିଭଳି ଥାଏ । ଯାହାର ଏକ ଇମ୍ପ୍ରେଶିଭ୍ କଥା କହିଛନ୍ତି ରଣବୀର ।

ରଣବୀରଙ୍କ କହିବା ଅନୁସାରେ ସେ ଦୀପିକାଙ୍କୁ ବହୁ ଦିନ ବ୍ୟବଧାନରେ ଦେଖିଲେ ଜାବୁଡ଼ିଧରି କିସ କରିଦିଏ । ରଣବୀରଙ୍କ ଏହି କଥାରେ ଫ୍ୟାନ୍ସ ପାଗଳ ହୋଇ ଯାଇଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି ରଣବୀରଙ୍କ ଏହି କଥାରେ ମୁଁ ତାଙ୍କୁ କିସ କରିବାକୁ ଚାହୁଁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More